ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେରଳର ପଲକ୍କଡ ଜିଲ୍ଲାରେ ଗର୍ଭିଣୀ ହାତୀକୁ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ରାଜ୍ୟ ଜଙ୍ଗଲ ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି ।
ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଥିଲେ କି ତିନି ଜଣ ଅଭିଯୁକ୍ତଙ୍କ ଉପରେ ତଦନ୍ତ ଟିମ୍ ନଜର ରଖିଛି । ଏହାସହିତ ଘଟଣାରେ ଲିପ୍ତ ଥିବା ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେ ଆହୁରି ମଧ୍ୟ କହିଥିଲେ କି ଘଟଣାରେ ତଦନ୍ତ କରୁଥିବା କେରଳ ପୋଲିସ ଏବଂ ବନ ବିଭାଗର ଅପରାଧ ଶାଖା ଟିମ୍ ଘଟଣାସ୍ଥଳରେ ପହଁଚି ପ୍ରମାଣ ଏକାଠି କରିଛନ୍ତି । ଏଠି ନ୍ୟାୟ କାମ କରିବ ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ ।
ସୂଚନାଯୋଗ୍ୟ, କେରଳର ପଲକ୍କଡ ଜିଲ୍ଲାରେ ଗତ ସପ୍ତାହରେ ଏକ ଗର୍ଭିଣୀ ହାତୀ ଖାଦ୍ୟ ସନ୍ଧାନରେ ସହର ଭିତରେ ପଶି ଯାଇଥିଲା । ଯିଏ ଯାହା ଦେଲା ହାତୀଟି ଖାଉଥିଲା । କିନ୍ତୁ କିଛି ଲୋକ ସପୁରୀରେ ବାଣ ଭର୍ତ୍ତି କରି ହାତୀକୁ ଖାଇବାକୁ ଦେଇଥିଲେ । ଯାହାଖଳରେ ହାତୀର ପାଟିରେ ବିସ୍ଫୋରଣ ହୋଇଥିଲା ବାଣ ଏବଂ ଏହାପରେ ହାତୀଟି ମୃତ୍ୟୁ ହୋଇ ଯାଇଥିଲା ।
ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦୋଷୀକୁ ଗିରଫ କରି ଉପଯୁକ୍ତ ଦଣ୍ଡ ଦେବାକୁ ଦାବି ହୋଇଥିଲା ।