ମୁମ୍ବାଇ(ଏଟିଆର ବ୍ୟୁରୋ):କିଛି ଦିନ ପୂର୍ବରୁ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସକୁ ବିଏମସି ଇଲିଗାଲ ବା ଅବୈଧ ନିର୍ମାଣ ଘୋଷଣା କରି ବୁଲଡୋଜର ଚଲାଇ ଅଫିସ ଭାଙ୍ଗି ଦେଇଥିଲା । ଏହା ହୋଇଥିଲା ଶିବସେନା ଓ କଙ୍ଗନା ରଣାୱତଙ୍କ ମଧ୍ୟରେ ଚାଲିଥିବା ବିବାଦ ପାଇଁ । ଅଫିସ ଭାଙ୍ଗିଥିବାରୁ କଙ୍ଗନା ଶିବସେନା ଓ ବିଏମସିକୁ ୨ କୋଟି ଟଙ୍କା କ୍ଷତିପୂରଣ ମାଗିଛନ୍ତି । ମିଡ଼ିଆ ରିପୋର୍ଟ ଅନୁଯାୟୀ କଙ୍ଗନା ଏଥିପାଇଁ ବିଏମସିକୁ ନୋଟିସ୍ ଜାରି କରିଛନ୍ତି ।
୧୪ ତାରିଖରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ କଙ୍ଗନା ନିଜ ହୋମ୍ ଟାଉନ୍ ମନାଲି ଚାଲି ଯାଇଥିଲେ । ୯ ତାରିଖରେ ଶିବସେନାକୁ ଚ୍ୟାଲେଞ୍ଜ କରି ସେ ମୁମ୍ବାଇ ଆସିଥିଲେ ସେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସ ଭାଙ୍ଗି ଦେଇଥିଲା । ପରେ ବମ୍ବେ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ବିଏମସିର ଏପରି ଅଫିସ ଭାଙ୍ଗିବାର ତତ୍କ୍ଷଣାତ ନିଷ୍ପତିକୁ ଅନେକ ନିନ୍ଦା ମଧ୍ୟ କରିଥିଲେ । ପରେ କଙ୍କନା ମହା ସରକାର ଉଦ୍ଧବ ଠାକ୍ରେଙ୍କୁ ତାଙ୍କ ଅଫିସ ଭାଙ୍ଗିବା ନେଇ କହିଥିଲେ, ତୁମେ ଆଜି ମୋର ଘର ଭାଙ୍ଗିଛ କାଲି ତୁମର ଗର୍ବ ଭାଙ୍ଗିବ । ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ । ସେ ଅଭିଯୋଗ କରିଛନ୍ତି ଯେ ଶିବସେନା ସହ ମତଭେଦକୁ ନେଇ ମହାରାଷ୍ଟ୍ର ସରକାର ତାଙ୍କୁ ଟାର୍ଗେଟ୍ କରୁଛନ୍ତି ।ଏମିତିକି କତାଙ୍କୁ ମୁମ୍ବାଇରେ ନ କହିବା ପାଇଁ ଧମକ ମଧ୍ୟ ଦେଉଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024