ନାସିକ(ଏଟିଆର ବ୍ୟୁରୋ): ପିଆଜ ଦର ବୃଦ୍ଧି ନେଇ ସବୁ ବେଳେ ଚର୍ଚ୍ଚା ହୋଇଥାଏ । ଆମ ନିତି ଦିନିଆ ଖାଇବାରେ ଆମେ ପିଆଜକୁ ବ୍ୟବହାର କରିଥାଏ । ତେବେ ବର୍ତ୍ତମାନ ପନିପରିବା ଦର ଯେପରି ଧିରେ ଧିରେ ବୃଦ୍ଧି ପାଉଛି । ସେହିଭଳି ପିଆଜ ଦର ମଧ୍ୟ ବୃଦ୍ଧି ପାଇବାର ଲାଗିଛି । ଦେଶର ସବୁଠାରୁ ବଡ ପିଆଜ ମଣ୍ଡି କୁହାଯାଉଥିବା ନାସିକ ଜିଲ୍ଲାର ଲାସଲଗାସରେ ପିଆଜ କୁଇଣ୍ଟାଲ ପିଛା ୬ହଜାର ଟଙ୍କାରେ ପହଞ୍ଚିଛି । ତେବେ ପୂର୍ବରୁ ଏଠାରେ କିଲୋ ପିଛା ପିଆଜ ଦର ୧ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୬୦ଟଙ୍କା ରେ ପହଞ୍ଚିଛି ।
ଅଦିନିଆ ବର୍ଷା ଯୋଗୁ ନାସିକ ଅଞ୍ଚଳରେ ପିଆଜ ଚାଷ ପ୍ରଭାବିତ ହୋଇଥିଲେ । ରବି ଋତୁର ପିଆଜ କୁଇଣ୍ଟାଲ ପିଛା ୬ ହଜାର ୩୦୧ ଟଙ୍କାରେ ପହଞ୍ଚି ଥିବା ବେଳେ ନାଲି ପିଆଜ ୫ ହଜାର ୫୦୦ ଟଙ୍କାରେ ବିକ୍ରି କରାଯାଉଛି । ଚାଷୀଙ୍କ କହିବା ଅନୁସାରେ କିଛି ମାସ ହେବ ପିଆଜ ଦର ବୃଦ୍ଧି ପାଇଛି । ମଣ୍ଡିରେ ପିଆଜ ଷ୍ଟୋରେଜ କମ ହେବା ଫଳରେ ପିଆଜ ଦର ବୃଦ୍ଧି ପାଇଛି । ଏହା ଦ୍ୱାରା ଚାଷୀ ମାନେ ଲାଭବାନ ହେଉଛନ୍ତି । ମଣ୍ଡିରେ ପିଆଜ କମ ହେବା ଫଳରେ କେନ୍ଦ୍ର ସରକାର ପିଆଜ ରପ୍ତାନୀ କରିବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ପିଆଜ ଉତ୍ପାଦନ ଭଲ ହେବ ବୋଲି ଚାଷୀ ମାନେ ଆଶା କରୁଛନ୍ତି ।