ମୁମ୍ବାଇ ( ଏଟିଆର ବ୍ୟୁରୋ): ଆଉ ସ୍ୱାମୀ ଟଙ୍କାରେ ଭାଗବସିବନି ଦ୍ୱିତୀୟ ସ୍ତ୍ରୀ । ଏଣିକି ବ୍ୟକ୍ତିଙ୍କର ପ୍ରଥମ ସ୍ତ୍ରୀ ହିଁ ସ୍ୱାମୀ ଟଙ୍କାର ହକଦାର । ଦ୍ୱିତୀୟ ବିବାହ କରିଥିବା ବ୍ୟକ୍ତିଙ୍କ ମାମଲାରେ ଏମିତି ଏକ ବୈପ୍ଳବିକ ରାୟ ଦେଇଛନ୍ତି ଅଦାଲତ । ଯାହା ଏବେ ଦ୍ୱିତୀୟ ବିବାହ କ୍ଷେତ୍ରରେ ସୃଷ୍ଟି କରିଛି ଦ୍ୱନ୍ଦ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ମୁୁତାବକ ଜଣେ ରେଳବାଇ ପୋଲିସ ଅଫିସର ଗତ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ନିୟମ ଅନୁସାରେ ବ୍ୟକ୍ତିିଙ୍କ ପରିବାରକୁ ସରକାରୀ ୬୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପଦାନ କରାଯିବ ।
ମାତ୍ର ଏହି ସରକାରୀ ଅନୁକମ୍ପା ପରିବାରର କାହାକୁ ମିଳିବ ତାକୁ ନେଇ ସୃଷ୍ଟି ହୋଇଛି ଝଡ । କାରଣ ମୃତ ପୋଲିସ ଅଫିସର ଜଣଙ୍କ ଦ୍ୱିତୀୟ ବିବାହ କରିଛନ୍ତି । ଆଉ ସେହି ଦୁଇ ଜଣ ପତ୍ନୀ ମୃତ ପୋଲିସ ଅଫିସରଙ୍କ ଅନୁକମ୍ପା ଟଙ୍କା ନେବାକୁ ଅଡି ବସିଛନ୍ତି । ମୃତକ ଜଣଙ୍କ ୨ ଜଣ ମହିଳାଙ୍କୁ ବିବାହ କରିଥିବାରୁ ୨ ଜଣ ମିଳିବାକୁ ଥିବା ସରକରୀ ଅନୁକମ୍ପା ଉପରେ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ଯାହା ଫଳରେ ମାମଲା ଯାଇଛି କୋର୍ଟକୁ । ବମ୍ବେ ହାଇକୋର୍ଟ ଏହି ରାୟର ବିଚାର କରି କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ୨ ଟି ବିବାହ କରିଛନ୍ତି । ତେବେ ବ୍ୟକ୍ତିଙ୍କର ପ୍ରଥମ ସ୍ତ୍ରୀର ହିଁ ସ୍ୱାମୀଙ୍କ ସମ୍ପତ୍ତି ଉପରେ ଅଧିକାର ଅଛି । ମାତ୍ର ଉଭୟ ସ୍ତ୍ରୀଙ୍କ ଠାରୁ ହୋଇଥିବା ସନ୍ତାନଙ୍କ ପିତାଙ୍କ ସମ୍ପତ୍ତି ଉପରେ ଅଧିକାର ରହିଛି ।
ଦ୍ୱିତୀୟ ପତ୍ନୀଙ୍କ ଝିଅ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପକ୍ଷ ରଖି କହିଛନ୍ତି ମୃତକ ସୁରେଶ ପ୍ରଥମେ ୧୯୯୨ ଓ ପରେ ୧୯୯୮ ରେ ଆଉ ଏକ ବିବାହ କରିଥିଲେ । ୨ ଟି ବିବାହ ହିନ୍ଦୁ ଋତୀନିତି ଅନୁସାରେ ଅନୁଷ୍ଠିତ ହୋଇଥିଲା । ତେଣୁ ବାପାଙ୍କ ଝିଅ ହିସାବରେ ତାଙ୍କର ବାପାଙ୍କ ଟଙ୍କା ପାଇବାର ହକ ଅଛି । ସେପଟେ ପ୍ରଥମ ପତ୍ନୀଙ୍କ ଝିଅ ଓ ପତ୍ନୀଙ୍କ ଅଭିଯୋଗ ସେମାନେ ସୁରେଶ ଦ୍ୱିତୀୟ ବିଭାହ ବିଷୟରେ କୌଣସି ସୂଚନା ନଥିଲା । ତେବେ ଉଭୟ ପକ୍ଷଙ୍କ ଯୁକ୍ତି ପରେ ଏବେ କୋର୍ଟ ପ୍ରଥମ ସ୍ତ୍ରୀ ଓ ତାଙ୍କ ଝିଅ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଦ୍ୱିତୀୟ ପତ୍ନୀଙ୍କ ଓକିଲ ଦାବି କରିଛନ୍ତି ଦ୍ୱିତୀୟ ପତ୍ନୀଙ୍କ ଝିଅ ଓ ପ୍ରଥମ ପତ୍ନୀଙ୍କ ଝିଅ ଫେସବୁକରେ ଯୋଗାଯୋଗରେ ଥିଲେ । ଯାହା ଏବେ ଦ୍ୱନ୍ଦକୁ ଆହୁରି ଘନିଭୂତ କରିଛି ।