ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଦିଲ୍ଲୀର ସରକାରୀ ଏବଂ ଘରୋଇ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସିତ ହେବେ । କିନ୍ତୁ ଦିଲ୍ଲୀରେ ଥିବା କେନ୍ଦ୍ର ସରକାରଙ୍କ ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ହେବ ।
ଦିଲ୍ଲୀର ହସ୍ପିଟାଲ ସମସ୍ତ ରାଜ୍ୟ ପାଇଁ ଖୋଲିବା ଉଚିତ୍ କି ନାହିଁ ସେନେଇ ଗତ ସପ୍ତାହରେ ଦିଲ୍ଲୀମାସୀଙ୍କୁ ଆମେ ପଚାରିଥିଲୁ । ସେହିଅନୁଯାୟୀ ୯୦ ପ୍ରତିଶତ ଲୋକ କହିଛନ୍ତି କି ଯେଉଁ ପର୍ଯ୍ୟନ୍ତ କରୋନା ଅଛି ସେପର୍ଯ୍ୟନ୍ତ ଦିଲ୍ଲୀ ହସ୍ପିଟାଲ କେବଳ ଦିଲ୍ଲୀ ଲୋକଙ୍କ ପାଇଁ ରିଜର୍ଭ ରହିବା ଉଚିତ୍ । ଦିଲ୍ଲୀ ସରକାର ଏବଂ ଘରୋଇ ହସ୍ପିଟାଲ ଦିଲ୍ଲୀ ପାଇଁ ରିଜର୍ଭ ରହିବ । କିନ୍ତୁ କେନ୍ଦ୍ର ସରକାରଙ୍କ ହସ୍ପିଟାଲ ସମସ୍ତ ଦେଶବାସୀଙ୍କ ପାଇଁ ଖୋଲା ରହିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି,କ୍ୟାବିନେଟ ବୈଠକରେ କମିଟି ଏବଂ ଲୋକଙ୍କ ମତ ଆଧାରରେ ନିଷ୍ପତି ନିଆଯାଇଛି କି ଆସନ୍ତାକାଲିଠୁ ଦିଲ୍ଲୀର ବର୍ଡର ଖୋଲା ହୋଇଯିବ । ଏହାସହିତ ରେଷ୍ଟୁରାଣ୍ଟ , ସପିଙ୍ଗମଲ ଏବଂ ଧାର୍ମିକ ସ୍ଥଳ ବି ଖୋଲି ଦିଆଯିବ । କିନ୍ତୁ ଏହି ସବୁ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବା ବାଧ୍ୟତାମୂଳକ ।