ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିବିଆଇ କ୍ଷେତ୍ରରେ ବଡ ଧରଣର ଅଦ ବଦଳ ହୋଇଛି । ପାଖାପାଖି ୩୦୦ ରୁ ଅଧିକ କର୍ମିଙ୍କୁ ଅଦଳ ବଦଳ କରାଯାଇଛି । ସିବିଆଇ ର ଆନ୍ତରିକ ପଲିସି ରେ କରାଯାଇଥିବା ପରିବର୍ତ୍ତନ ଅନୁଯାୟୀ ଦୀର୍ଘ ଦିନରୁ ରହିଥିବା ପୁରୁଣା କର୍ମିଙ୍କୁ ବଦଳି କରାଯାଇଛି ।
ସିବିଆଇ ର ବରିଷ୍ଠ ସୂତ୍ର ଅନୁଯାୟୀ, ‘ଟ୍ରାନ୍ସଫର ପଲିସି’ ପରିବର୍ତ୍ତନ କରାଯାଉଛି । ସେଥିପାଇଁ ଗୋଟିଏ ସହରରେ କିମ୍ବା ଗୋଟିଏ ଶାଖାରେ ଅଧିକାରୀମାନେ ଦୀର୍ଘ ଦିନ ଯାଏଁ ରହି ପାରିବେ ନାହିଁ । କାରଣ ଏହାଦ୍ୱାରା ପାୱର ଏବଂ ସଂସାଧନରେ ଦୂରୁପଯୋଗ ହୁଏ କିମ୍ବା ଦୂରୁପଯୋଗ କରିବା ପାଇଁ ଚେଷ୍ଟା କରାଯାଏ ।
ଖବରମୁତାବକ, ସିବିଆଇ ର ଆନ୍ତରିକ ରିପୋର୍ଟ ଆଧାରରେ ଜାଣିବାକୁ ମିଳିଥିଲା କି ଅନେକ ଅଧିକାରୀ ଏବଂ କର୍ମଚାରୀ ୨୦ ବର୍ଷରୁ ଅଧିକ ଦିନ ହେବ ଗୋଟିଏ ସହରରେ କିମ୍ବା ଗୋଟିଏ ଶାଖାରେ କାର୍ଯ୍ୟକରତ ଅଛନ୍ତି ।