ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କାଳରେ ଅକ୍ସିଜେନ ସଙ୍କଟର ସାମ୍ନା କରୁଥିବା ଦେଶ ପାଇଁ ରେଲୱେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ମଙ୍ଗଳ ସକାଳ ପର୍ଯ୍ୟନ୍ତ ରେଲୱେ ପକ୍ଷରୁ ୪୫୦ ଟନ ଅକ୍ସିଜେନ ଭାରତରେ ପହଁଚିଛି । ରେଲୱେ ଦ୍ୱାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଏଥିସହ ୯୦ ଟନରୁ ଅଧିକ ଅକ୍ସିଜେନ ବିଶିଷ୍ଟ ୬ଟି ଲୋଡ ଟ୍ୟାଙ୍କର ବର୍ତ୍ତମାନ ବୋକାରରୁ ଜବଲପୁର ଏବଂ ମଣ୍ଡିଦୀପକୁ ପହଁଚାଯିବ । ସେହିପରି ୩ଟି ଟ୍ୟାଙ୍କର ବୋକାରରୁ ଆଜି ୟପି ପାଇଁ ଅକ୍ସିଜେନ ଯୋଗାଇବାର କାମ କରିବେ ।
ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ସିଜେନ ଏକ୍ସପ୍ରେସ ଟ୍ରନର ପ୍ରତ୍ୟେକ ଟ୍ୟାଙ୍କରେ ପାଖାପାଖି ୧୬ ଟନ୍ ମେଡିକାଲ ଅକ୍ସିଜେନ ଆସି ପାରିବ ଏବଂ ଏହି ଟ୍ରେନଗୁଡିକ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ଚାଲିଥାଏ । ଏହିକ୍ରମରେ ପ୍ରଥମ ଟ୍ରେନକୁ ଏପ୍ରିଲ ୧୯ ର ସେବାରେ ଲଗାଯାଇଥିଲା ।