ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ଇଡି ଓ ସିବିଆଇ ସ୍କାନରରେ ଥିବା ଭାରତର ପୂର୍ବତନ ଅର୍ଥମନ୍ତ୍ରୀ କଂଗ୍ରେସ ତୋ ପି ଚିଦାମ୍ବରମଙ୍କୁ ଦେଶ ବାହାରକୁ ନ ଯିବାକୁ ନିର୍ଦେଶ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ନାଁରେ ଏକ ଲୁକ ଆଉଟ ନୋଟିସ ଜାରି କରିଛି। ସୂଚନାଯୋଗ୍ୟ ୨୦୦୭ ମସିହାରେ ସେତେବେଳେର କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଆଇଏନ୍ଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ଅର୍ଥ କାରବାର ପାଇଁ କ୍ଲିଅରାନ୍ସ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା।
ସିବିଆଇ ଏକ ଏତଲା ରୁଜୁ କରିବା ପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେ ଗିରଫ ମଧ୍ୟ ହୋଇଥିଲେ। ମାତ୍ର ଏହି କେଶ ଏବେ ପୁଣି ନୂଆ ମୋଡ ନେଇଛି । ଏହି ମାମଲାରେ ଏବେ ଇଡି ଓ ସିବିଆି କାର୍ଯ୍ୟକରୁଛି । ତେବେ ଏହି ମାମଲାରେ ଚିଦାମ୍ବରମ ଆଗୁଆ ଜାମିନ ଆବେଦନ କରିଥିଲେ । ମାତ୍ର ଏହାକୁ କୋର୍ଟ କୋର୍ଟ ଖାରଜ କରିଛନ୍ତି । ଶୁଣାଣି କରିଥିବା ଜଷ୍ଟିସ ରମନା କୌଣସି ତତ୍କାଳ ଆଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ଜାମିନ ଆବେଦନ ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଅନ୍ୟପଟେ ଏହି ମାମଲାରେ ସିବିଆଇ ଚିଦାମ୍ବରଙ୍କ ଘରେ ପହଞ୍ଚି ତାଙ୍କୁ ଖୋଜି ପାଇ ନାହିଁ । ଯାହା ଫଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ନାଁରେ ଏକ ଲୁକ ଆଉଟ ନୋଟିସ ଜାରି କରିଛି। ଏହି ମାମଲାର ଶୁଣାଣୀ ସମୟରେ କୋର୍ଟ କହିଥିଲେ ଚିଦାମ୍ବରଙ୍କ ସମ୍ପୃକ୍ତି ଥିବା କୋର୍ଟ ପ୍ରମାଣ ଥିବା କହିଥିଲେ । ତାଙ୍କୁ ହେପାଜତକୁ ଆଣି ପଚରାଉଚରା କରାଯିବା ଦରକାର ବୋଲି କୋର୍ଟ କହିଥିଲେ ।
ଗତକାଲି ସନ୍ଧ୍ୟାରେ ପ୍ରଥମେ ସିବିଆଇ ଟିମ୍ ଏବଂ ଇଡି ଟିମ୍ ଚିଦାମ୍ବରମ୍ଙ୍କ ବାସଭାବନଠାରେ ପହଞ୍ଚିଥିଲେ ମାତ୍ର ସେ ଘରେ ନଥିବାରୁ ଉଭୟ ଟିମ୍ ଫେରି ଆସିଥିଲେ। ଗତକାଲି ସନ୍ଧ୍ୟାରେ ସିବିଆଇ ଚିଦାମ୍ୱରମଙ୍କ ଘର ଆଗରେ ନୋଟିସ ଲଗାଇଥିଲା। ପୁଣି ବଳିମ୍ୱିତ ରାତିରେ ସିବିଆଇ ଚିଦାମ୍ବରମଙ୍କ ଘରକୁ ଯାଇ ଆଜି ସକାଳେ ଫେରିଛି।