ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବନ୍ଧୁ ଛାଡିଦେଲା ହାତ । ବିପଦ ବେଳେ ମାଡି ବସୁଛି ସୁବିଧା ପାଇଁ ଛାଡି ଦଉଛି । ଆମର ଏହି ଲେଖା ପଢିବା ପରେ ଏବେ ଆପଣ ଭାବୁଥିବେ । ଆମେ ଆପଣଙ୍କୁ କଣ କହୁଛୁ?
ହଁ ଆଜ୍ଞା । ଆପଣ ମାନେ ସମସ୍ତେ ଜାଣିଛନ୍ତି ପାକିସ୍ତାନ ଆଉ ଚୀନ ମଧ୍ୟରେ ସମ୍ପର୍କ ହେଉଛି କ୍ଷୀର ନୀରର । ପାକିସ୍ତାନର ବିପଦବେଳେ ସବୁବେଳେ ପାକିସ୍ତାନ ସହ ଛିଡା ହେଉଥିବା ଚୀନକୁ ଏବେ ପାକିସ୍ତାନ ଦେଇଛି ଧୋକା । ପାକିସ୍ତାନ ଟେଲିକମ୍ୟୁନିକେଶନ ପିଟିଏ ଚୀନର ଲାଇଭ ଷ୍ଟ୍ରିମିଂଆପ ବିଗୋକୁ ବ୍ୟାନ କରିଛି । ଖାଲି ଏତିକି ନୁହେଁ ଏବେ ଟିକଟକକୁ ବି ବ୍ୟାନ କରିବାକ୍ୁ ଚିନ୍ତା କରୁଛି ପାକିସ୍ତାନ ।
ପିଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଦୁଇ ଆପ ଦ୍ୱାରା ଦେଶରେ ଅଶ୍ଲିଳତା ବୃଦ୍ଧି ପାଉଛି । ଯାହା ଦେଶରେ ବିଶୃଙ୍ଖଳା ସୃଷ୍ଟି କରୁଛି । ତେବେ ପାକିସ୍ତାନର ଏହି ନିଷ୍ପତ୍ତି ପରେ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନି । ସେପଟେ ଏହି ନିକଟରେ ଭାରତ ଟିକଟକ ସମେତ ୫୯ଟି ଆପକୁ ବ୍ୟାନ କରିଥିଲା ।
ଗଲୱାନା ଘାଟିରେ ବିଶୃଙ୍ଖଳା ହେବା ପରେ ଏମିତି ନିଷ୍ପତ୍ତି ନେଇଥିଲା ଭାରତ । ଭାରତର ଜନ ସାଧାରଣ ମଧ୍ୟ ସରକାରଙ୍କୁ ଏଥିରେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ତେବେ ପାକିସ୍ତାନର ଏହି ନିଷ୍ପତ୍ତି ଏବେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ କରିପାରେ ବୋଲି ଆଶଙ୍କା କରାଯାଉଛି ।