ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପାକିସ୍ତାନୀ ଗାୟୀକା ରବି ପିରଜାଦା ତାଙ୍କ ଗୀତ ପାଇଁ ଯେତିକି ପରିଚିତ ନୁହଁନ୍ତି ତାଙ୍କ କାର୍ଯ୍ୟକଳାପକୁ ନେଇ ସେ ବେଶ ପରିଚିତ । ତେବେ ଗତ କିଛି ଦିନ ପୂର୍ବରୁ ରବି ଏକ ୫୦ ସେକେଣ୍ଡର ଭିଡିଓ କରି ଟ୍ୱିଟ ରେ ଅପୋଲଡ କରିଥିଲେ । ଏହି ଭିଡିଓରେ ସେ ସାପ ଓ କୁମ୍ଭୀର ମାନଙ୍କ ସହ ଥିଲେ । ରବି ଏହି ଭିଡିଓରେ ଭାରତ ଓ ମୋଦୀଙ୍କ ଉପରକୁ ସାପ ଓ କୁମ୍ଭୀର ମାନଙ୍କ ଦ୍ୱାରା ଆକ୍ରମଣ କରିବା କଥା କହିଥିଲେ । ଶେଷରେ ସେ କାଶ୍ମୀର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଗୀତ ମଧ୍ୟ ଗାଇଥିଲେ ।
ତେବେ ଆଜି ଦେହରେ ବୋମା ଖଞ୍ଜା ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି ପାକ ଗାୟିକା ରବି ପରିଜାଦ । ରବି ଟ୍ୱିଟ ଏକ ବୋମା ଖଞ୍ଜା ଜ୍ୟାକେଟ ପନ୍ଧିଥିବା ଫଟୋ ଅଲୋଡ କରି ମୋଦିଙ୍କୁ ଧମକ ଦେଇଛନ୍ତି । ତେବେ ଏହି ଫଟୋରେ ୟୁଜର୍ସ ମାନେ ରବିଙ୍କୁ ଟ୍ରୋଲ କରିବା ସହ ଲେଖିଛନ୍ତି କି ରବି କରାଚି ଫ୍ୟାସନ ସୋ ରେ ଭାଗ ନିଅନ୍ତୁ । ଆଉ କିଛି ଲେଖିଛନ୍ତି ଯେ ଦୀପାବଳୀରେ ସେ ଫାଟିଯିବେ । ତେବେ ଏହି ଫୋଟକୁ ନେଇ ଭାରତରେ ରବିଙ୍କୁ ସମାଲୋଚନା କରାଯାଉଛି ।