ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ୭୪ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସାରା ଭାରତ ଏବେ କରୋନା ଭଳି ମାହାମାରୀର ସାମ୍ମା କରୁଥିବା ବେଳେ କରୋନା ଯୋଦ୍ଧାମାନେ ଯେପରି ନିଜର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରୁଛନ୍ତି ତାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏହା ସହ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ସମ୍ମାନ ମଧ୍ୟ ଜଣାଇଥିଲେ ।
ଏହା ସହ ଦେଶବାସୀଙ୍କ ଉଦେଶ୍ୟରେ ସମ୍ବୋଧନା କରି କହିଛନ୍ତି, ଆଜି ଦେଶ ନିଜର ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଆଜିର ଦିନରେ ଆମେ ସଂକଳ୍ପ ନେବା ଦରକାର , ଦେଶକୁ ଯେଉଁ ମହାମାରୀ ଆସିଛି ତାହାକୁ ମିଳିମିଶି ଲଢେଇ କରିବା ସହ ଏଥିରେ ସଫଳ ମଧ୍ୟ ହେବା । ଗୋଟିଏ ପରିବାର ପାଇଁ ଯାହା ଆବଶ୍ୟକ ହୋଇଥାଏ ତାହା ଦେଶ ପାଇଁ ମଧ୍ୟ ଆବଶ୍ୟକ ପଡିଥାଏ । ଆମ ଦେଶରେ ଯୁବ ପିଢି ଭରି ରହିବା ସହ ସେମାନଙ୍କ ମଧ୍ୟରେ ଅନେକ ପ୍ରତିଭା ମଧ୍ୟ ରହିଛି ଯାହାକୁ ନେଇ ଆଜି ଦେଶ ଗର୍ବତ । ଯାହା ଆମ ପାଇଁ ବଡ ଶକ୍ତି ଅଟେ । ସମସ୍ତଙ୍କୁ ଆତ୍ମନିର୍ଭର ଭାରତ କରିବାକୁ ହେବ । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ ଜୀବନ ଦେଇଥିବା ବୀର ଯବାନ ମାନଙ୍କୁ ପ୍ରଣାମ ଜଣାଇବା ସହ କହିଛନ୍ତି, ଆମର ଅର୍ଦ୍ଧ ସୈନିକ ବଳ, ଯବାନ, ପୋଲିସଙ୍କ ମହାନ ତ୍ୟାଗ ଏଦେଶ କେବେ ହେଲେ ବି ଭୁଲି ପାରିବନାହିଁ ।
ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ବିସ୍ତାରବାଦୀଙ୍କୁ ଆମେ କେବେ ହେଲେ ଆଗକୁ ବଢିବାକୁ ଦେବୁ ନାହୁଁ । ବିଶ୍ୱ ଶକ୍ତି ଉଜାଗର କରିବାରେ ଭାରତର ଭୂମିକା ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଦ୍ୟୋଗ ଜଗତ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରୁଛି । ଏହା ସହ ପ୍ରଧାନମନ୍ତ୍ରୀ ପୁଣି ଥରେ ଲୋକାଲ ଫର ଭୋକାଲ ପାଇଁ ଆହ୍ୱାନ ଦେଇଛନ୍ତି । କରୋନା ମହାମାରୀ ପାଇଁ ଦେଶର ଆର୍ଥକ ଅବସ୍ଥା ଯେପରି ଗମ୍ଭୀର ହେବାକୁ ଲାଗିଛି ତାହାକୁ ସୁଧାରିବା ପାଇଁ ସରକାର ପୂରା ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି । ଏହା ସହ ଜାମ୍ମୁକାଶ୍ମୀର ପୁର୍ନଗଠନ ପ୍ରକ୍ରିୟାକୁ ବର୍ଷେ ପୂରଣ ହୋଇଥିବାରୁ ସେଠାରେ ଅଟକି ରହିଥିବା ବିକାଶ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେହିପରି ଜାମ୍ମୁକାଶ୍ମୀରରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ସହ ଜନସାଧାରଣ ମଧ୍ୟ ବିକାଶକୁ ସମର୍ଥନ କରୁଥିବା କଥାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଅନ୍ୟପଟେ ଏଲୋସି ଓ ଏଲଏସି ଉପରେ ଆଖି ପକାଉଥିବା ପଡୋଶୀ ଦେଶକୁ ପରୋକ୍ଷରେ ଜବାବ ଦେଇ କହିଛନ୍ତି, ଆମ ସୀମା ଉପରେ ଆଖି ପକାଇଲେ ଆମେ ଛାଡିବୁ ନାହିଁ । ଆମ ଦେଶ ଉପରେ ଆଖି ଉଠାଇଲେ ଦେଶ ସେମାନଙ୍କୁ କଡା ଜବାବ ଦେବ ଯାହା ଲଦାଖରେ ଆମ ବୀର ଯବାନ ମାନେ କରି ଦେଖାଇଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା କଟକଣା କରାଣରୁ ଉତ୍ସବକୁ ଛୋଟ ଛୋଟ ପିଲା ଆସିନଥିବାରୁ ଦୁଃଖ ପ୍ରକାଶ କରିଥିଲେ । ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟ ଯାଇ ଜାତୀୟପିତା ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024