ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟସଭାରେ ତିନି ତଲାକ ବିଲ ପାସ ହୋଇଛି । କେନ୍ଦ୍ର ସରକାର ପାରିତ କରିଥିବା ଏହି ବିଲକୁ ରାଜ୍ୟସଭାରେ ବିଜେଡି ଦେଇଛି ପୂର୍ଣ୍ଣ ସମର୍ଥନ । ଯାହାକୁ ନେଇ ଏବେ ବିରୋଧୀ କଂଗ୍ରେସ ଚିନ୍ତାରେ । ତେବେ ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭାରେ ତିନି ତଲାକ ବିଲ ପାରିତ ବେଳେ କଂଗ୍ରେସ ତାର ସମସ୍ତ ସାଂସଦଙ୍କୁ ରାଜ୍ୟସଭାରେ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିଥିଲା । ମାତ୍ର ଉକ୍ତ ଦିନ କଂଗ୍ରେସର ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫ ଜଣ ସାଂସଦ ଉପସ୍ଥିତ ରହି ନଥିଲେ । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଶୁଣିବାକୁ ମିଳୁଛି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ ବିଜେପିକୁଭିତିରି ସମର୍ଥନ କରୁଛନ୍ତି । ଏବଂ ସେ ଖୁବ ଶିଘ୍ର ବିଜେପିରେ ମିଶି ପାରନ୍ତି ।
ଏପଟେ ଦଳ ପକ୍ଷରୁ ଅନୁପସ୍ଥିତ ରହିବା ନେଇ ଅନୁପସ୍ଥିତ ସାଂସଦଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି । ସେପଟେ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ସେ ତାଙ୍କର ନିକଟ ସଂମ୍ପର୍କୀୟଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଏବେ ବିଦେଶ ଗସ୍ତରେ ରହିଛିନ୍ତି । ଯାହା ସେ ପୂର୍ବରୁ ସୂଚନା ଦେଇଥିଲେ । ଏହାକୁ ନେଇ ଅନ୍ୟଥା ଚର୍ଚ୍ଚା କରିବା ଠିକ ନୁହେଁ । ଅନ୍ୟପଟେ ତିନି ତଲାକ ବିଲ ତାତି ବି ବିଧାନସଭାରେ ଦେଖିବାକୁ ମିଳିଛି । କେନ୍ଦ୍ରରେ ବିଜେପିର ସହଯୋଗୀ ଥିବା ଜେଡିୟୁ ଓ ଏଆଇଏଡିଏମକେ ବିଲକୁ ବିରୋଧ କରି କକ୍ଷତ୍ୟାଗ କରିଥିବା ବେଳେ ବିଜେଡି କାହିଁକି ଉପରେ ପଡ଼ି ସମର୍ଥନ କଲା ବୋଲି କୈଫତ ମାଗିଛି କଂଗ୍ରେସ । ଏହା ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ବୋଲି କହିଛି କଂଗ୍ରେସ ।
ସୂଚନାଯୋଗ୍ୟ ରାଜ୍ୟସଭାରେ ରଞ୍ଜୀବ ବିଶ୍ୱାଳଙ୍କ କାର୍ୟ୍ୟକାଳ ଆସନ୍ତାବର୍ଷ ଏପ୍ରିଲ ମାସରେ ଶେଷ ହେଉଛି । ୨ ବର୍ଷ ଧରି ଲାଗି ରହିଥିବା ଏହି ବିବାଦ ବହୁ ଗଶତ ପ୍ରତିଘାତ ପରେ ୨୫ ତାରିଖରେ ଲୋକସଭା ଓ ୩୦ ତାରିଖରେ ରାଜ୍ୟ ସଭାରେ ପାସ ହୋଇଛି । କେବଳ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ହିଁ ଏହି ବିଲ ଆଇନରେ ପରିଣତ ହେବ । ତେବେ ପୂର୍ବରୁ ରହି ଆସିଛି ମୁସଲିମ ଦମ୍ପତ୍ତି ତିନି ଥର ତଲାକ ତଲାକ କହିଲେ ସେମାନଙ୍କର ଛାଡ ପତ୍ର ହେଉଥିଲା । ଯାହା ବିରୁଦ୍ଧରେ ଏହି ଆଇନଟି ରହିଛି ।
ଏହି ବିଲଟି ରାଷ୍ଟ୍ରପତି ଅନୁମୋଦନ ପାଇ ଆଇନରେ ପରିଣତ ହେଲେ ତିନି ତଲାକ କହି ଜଣେ ପୁରୁଷ ନିଜ ସ୍ତ୍ରୀକୁ ଛାଡ ପତ୍ର ଦେଇ ପାରିବେ ନାହିଁ । ଯଦି ଏମିତି କେହି କରିବେ ତ ସେମାନଙ୍କୁ ଜେଲ ଯିବାକୁ ପଡିବ । ରାଜ୍ୟସଭାରେ ଏହି ଆଇନ ସପକ୍ଷରେ ୯୯ ପ୍ରତିଶତ ଓ ବିପକ୍ଷରେ ୮୪ ପ୍ରତିଶତ ଭୋଟ ମିଳିଲା । ଯେଉଁଥିରେ ନିର୍ଣ୍ଣାୟକ ଭୂମିକା ନେଇଛି ବିଜେଡି । ଏହି ବିଲକୁ ରାଜ୍ୟସଭାରେ ପାସ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସହଯୋଗ କରିଛି ବିଜେଡି ।