ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ । ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ । ନିଜର ବୟାନ ବାଜିକୁ ନେଇ ଶେଖ ରସିଦ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ତେବେ ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ହଡବଡେଇ ଯାଇଥିଲା । ଧାରା ୩୭୦ ଉଚ୍ଛେଦକୁ ପ୍ରବଳ ବିରୋଧ କରି ପାକିସ୍ତାନ ବୟାନ ବାଜି କରି ରାଜ୍ୟ ସରକାର ଓ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ବହୁ ସମାଲୋଚନା କରିଥିଲା ।
ତେବେ ବର୍ତ୍ତମାନ ନାଗରିକତା ସଂଶୋଧନ ବିଲ୍ ରାଜ୍ୟସଭାରେ ପାସ ହେବା ପରେ ପୁଣୀ ପାକିସ୍ତାନ ବିଚଳିତ ହୋଇଯାଇଛି । ଏହାକୁ ନେଇ ଶେଖ ରସିଦ ବୟାନ ବାଜି କରିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ମୁସଲିମ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି । ନାଗରିକତା ସଂଶୋଧନ ବିଲ୍ ର ବିରୋଧ ସତ୍ୱେ ଏହାକୁ ପାସ କରିବାର ଅର୍ଥ ହେଉଛି ଭାରତୀୟ ମୁସଲମାନଙ୍କୁ ଅଣଦେଖା କରିବା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶେଖ ରସିଦ ହିଟଲର କହିବାକୁ ମଧ୍ୟ ପଛାଇ ନାହାନ୍ତି । ଖାଲି ସେତିକି ନୁହେଁ ସଂଶୋଧନ ବିଲ୍କୁ ନେଇ ଭାରତ-ପାକିସ୍ଥାନ ମଧ୍ୟରେ ଯୁଦ୍ଧ ହେବ ବୋଲି ମଧ୍ୟ ସେ କହିଛନ୍ତି । ତେବେ ଭାରତ ଓ ଜାମ୍ମୁ-କାଶ୍ମୀରେ ଥିବା ମୁସଲମାନଙ୍କ ସହ ପାକିସ୍ଥାନ ରହିଛି ବୋଲି ସେ କହିଛନ୍ତି ।