ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଆସିବେନି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଭାରତରେ ହେବାକୁ ଥିବା ଏସସିଓ ସମ୍ମିଳନୀେରେ ଇମ୍ରାନଖାନ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ମତ ମତାନ୍ତର ଲାଗି ରହିଥିବାରୁ ଇମ୍ରାନ ଏବେ ଭାରତଦ ଗସ୍ତ କରିବେ ନାହିଁ ବୋଲି ଜଣା ପଡିଛି । ଏହି ବୈଠକ ଏଥର ଭାରତ ଆୟୋଜନ କରୁଥିବାରୁ ଏଥିରେ ପାକିସ୍ତାନ ଯୋଗ ଦେବ ନାହିଁ ବୋଲି ରସରକାରୀ ସୂତ୍ରରୁ ଖବର ମିଳିଛି ।
ତେବେ ଭାରତ ପକ୍ଷରୁ ନିମନ୍ତ୍ରଣ ପତ୍ର ପଠା ଯାଇନଥିଲେ ମଧ୍ୟ ପାକିସ୍ତାନ ଏହାକୁ ପ୍ରତ୍ୟାଖାନ କରିବ ବୋଲି ଜଣା ପଡିଛି । ହେବାକୁ ଥିବା ଏହି ବୈଠକରେ ଭାରତକୁ ମିଶାଇ ୮ ଟି ଦେଶ ଯୋଗ ଦେବେ । ତେବେ ଇମ୍ରାନ ଖାନ ଏନେଇ କ୍ୟାବିନେଟ ବୈଠକ ଡାକି ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଜଣା ପଡିଛି ।