ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ ଦ୍ୱାରା ଏଫ୍ ୧୬ ଯୁଦ୍ଧ ବିମାନ ହରାଇ ଏବେ ଚିନ୍ତାରେ ଆମେରିକା । ଆମେରିକା ଦ୍ୱାରା ଦିଆଯାଇଥିବା ଏଫ୍ ୧୬ ବିମାନ ଭାରତ ବିରୋଧରେ ପାକିସ୍ତାନ ବ୍ୟବହାର କରିଥିଲା । ଏହି ଯୁଦ୍ଧ ବିମାନ ଜରିଅରେ ଭାରତର ସେନାଙ୍କ ଠିକଣାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । ମାତ୍ର ପାକିସ୍ତାନର ଟାର୍ଗେଟ ସଫଳ ହୋଇପାରିନଥିଲା । ଏହାର ଜବାବରେ ଭାରତୀୟ ବିମାନ ସେହି ଏଫ୍ ୧୬ ବିମାନକୁ ମାରି ଖସାଇ ଦେଇଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ଆଲୋଚନା ଏବଂ ପର୍ଯ୍ୟାଲୋଚନା । ପାକିସ୍ତାନ ପାଖରେ ଅନ୍ୟ ଦେଶ ବିରୋଧରେ ଏହି ବିମାନକୁ ବ୍ୟବହାର କରିବାର ଅଧିକାର ଅଛି ନା ନାହିଁ । କାରଣ ସର୍ତ୍ତ ଅନୁଯାୟୀ ଏହି ବିମାନର ବ୍ୟବହାର କେବଳ ଆତଙ୍କବାଦୀ ବିରୋଧରେ ବ୍ୟବହାର କରିବା ପାଇଁ କୁହାଯାଇଥିଲା ।
ଭାରତର କହିବାନୁଯାୟୀ ଆମେରିକାକୁ ଏହି କଥା ଉପରେ ବିଚାର କରିବା ଉଚିତ୍ କି ଏୟାର ଅତିକ୍ରମଣରେ ପାକିସ୍ତାନ ଆମେରିକାର ଯୁଦ୍ଧ ବିମାନ ବ୍ୟବହାର କରି ନିୟମ ଉଲ୍ଲଘଂନ କରିଛି ।
ଆମେରିକା ସଂସଦକୁ ଭାରତ ପକ୍ଷରୁ ଆଶ୍ୱସନା ଦିଆଯାଇଛି କି ୱାଶିଙ୍ଗଟନ୍ ର ପର୍ଯ୍ୟାଲୋଚକ ପଦ୍ଧତ୍ତି ବହୁତ ଆଗ୍ରୀମ । ଏବେ ଏହା ପୁରୁଣା ହୋଇଗଲାଣି କିନ୍ତୁ ପାକିସ୍ତାନ ବାୟୁସେନାଙ୍କ ପାଇଁ ଏହା ଗର୍ବ ଏବଂ ବୀରତାର ପ୍ରତିକ । ପାକିସ୍ତାନକୁ ଏଫ୍ ୧୬ ଯୁଦ୍ଧ ବିମାନ ବିକ୍ରି ଦ୍ୱିତୀୟଥର ଆରମ୍ଭ କରିବାର ସମୟ ଆମେରିକାର ଜରୁରୀକାଳୀନ ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ଜନ୍ ହିଲେନ କହିଥିଲେ ପାକିସ୍ତାନରୁ ବାହାରକୁ ଏଫ୍ ୧୬ ବିମାନକୁ ନିଆଯାଉ । କାରଣ ଅନ୍ୟ ଦେଶ ସହିତ ଅଭ୍ୟାସ ଏବଂ ଅଭିଯାନରେ ସାମିଲ କରିବା ପାଇଁ ପାକିସ୍ତାନକୁ ଆମେରିକାର ସ୍ୱୀକୃତି ନେବାକୁ ହେବ ।
ସେପଟେ ପାକିସ୍ତାନକୁ ଏଫ୍ ୧୬ ଦିଆଯିବାକୁ ନେଇ ଭାରତ ଅନେକ ଥର ବିରୋଧ କରି ଆସିଛି । ଏଫ୍ ୧୬ ବିମାନ ନିୟମ ବେଖାତିରକୁ ନେଇ ଏବେ ଆମେରିକା ଚିନ୍ତାରେ । ଫେବ୍ରୁଆର ୨୭ ରେ ଯେତେବେଳେ ଭାରତ ସୀମାରେ ପାକିସ୍ତାନ ଏଫ୍ ବିମାନ ଦ୍ୱାରା ପଶି ହମଲା କରିବା ପାଇଁ ଚେଷ୍ଟା କରିଥିଲା ସେବେଠାରୁ ହିଁ ଏହି ପ୍ରସଙ୍ଗରେ ଆଲୋଚନା ଜୋର ଧରିଛି । ପୁଲୱାମା ହମଲା ପରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସିବିରକୁ ଧ୍ୱଂସ କରିଥିଲେ । ଏହାର ପର ଦିନ ପାକିସ୍ତାନ ବାୟୁସେନା ଭାରତସୀମାରେ ପଶି ଏଫ୍ ୧୬ ବିମାନ ଯୋଗେ ବୋମା ବର୍ଷଣ କରିଥିଲେ । ଏହାର ଜବାବରେ ଭାରତୀୟ ବାୟୁସେନା ଏହି ଏଫ୍ ୧୬ ବିମାନକୁ ମାରି ଖସାଇଥିଲେ ।