ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ସମୁଦାୟକୁ ନେଇ ଅଭଦ୍ର ଟିପ୍ପଣୀ ଦେଇଛନ୍ତି ପାକିସ୍ତାନର ଜଣେ ମନ୍ତ୍ରୀ । ଏହାପରେ ନିଜେ ନିଜ ଦଳ (ତହରୀଫ-ଏ-ଇଂସାଫ)ର ବରିଷ୍ଠ ନେତାଙ୍କ ଟାର୍ଗେଟରେ ଆସିଯାଇଛନ୍ତି । ଏଠାରେ ପଞ୍ଜାବର ସୂଚନା ଏବଂ ସଂସ୍କୃତି ମନ୍ତ୍ରୀ ଫୟଜୁଲ ହସନ ଚୌହାନ କହିଛନ୍ତି କି ଗାଈ ମୂତ୍ର ପିଇବାକୁ ଲୋକ ଅଛନ୍ତି ।
ରିପୋର୍ଟ ମୁତାବକ, ଗତ ମାସରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ମନ୍ତ୍ରୀ କହିଥିଲେ କି, ‘ ଗାଈ ମୂତ୍ର ପିଇବାକୁ ଲୋକ ଅଛନ୍ତି ।, ଆମେ ମୁସମାଲ, ଆମ ପାଖରେ ପତାକା ଅଛି,ମୌଲା ଅଲ୍ଲୀଙ୍କ ସୌର୍ଯ୍ୟ ପତାକା,ହଜରତ ଅମରଙ୍କ ବୀରତାର ପତାକା । ଏହି ପତାକାର କୌଣସି ଜିନିଷକୁ ନେଇ କ’ଣ ନେଣ ଦେଣ? ଆପଣ ଆମଠୁ ସାତଗୁଣା ଭଲ ବୋଲି ଏହି ଭ୍ରମରେ ରୁହନ୍ତୁ ନାହିଁ, ଆମେ ଯାହା ଆପଣମାନେ ତାହା ହୋଇ ପାରିବେ ନାହିଁ,ଆପଣ ମୂର୍ତ୍ତି ପୂଜା କରନ୍ତି ।’
ଭାରତ-ପାକିସ୍ତାନ ମଧ୍ୟରେ ଲାଗିଥିବା ଉତ୍ତେଜନାପୂର୍ଣ୍ଣ ସମୟରେ ହିନ୍ଦୁ ସମୁଦାୟକୁ ନେଇ ଏହି ବିବାଦୀୟ ଟିପ୍ପଣୀ ଚୌହାନ୍ ଦେଇଛନ୍ତି ।
ଚୌହାନଙ୍କ ଏହି ଟିପ୍ପଣୀକୁ ନେଇ ମାନବ ଅଧିକାରୀ ମନ୍ତ୍ରୀ ଶିରୀନ ମଜାରୀ ନିନ୍ଦା କରିଛନ୍ତି । ସେ କହିଛନ୍ତି କି, ‘କାହା ଧର୍ମକୁ ନେଇ ହମଲା କରିବାର ଅଧିକାର କୌଣସି ବ୍ୟକ୍ତଙ୍କର ନାହିଁ । ଆମ ହିନ୍ଦୁ ନିବାସୀ ଆମ ଦେଶ ପାଇଁ ଅନେକ ବଳିଦାନ ଦେଇଛନ୍ତି । ଆମ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ ସର୍ବଦା ସହିଷ୍ଣୁତା ଏବଂ ସମ୍ମାନ ପାଇଁ ହୋଇଥାଏ ଏବଂ ଆମେ କୌଣସି ପ୍ରକାର କୂଟରତା କିମ୍ବା ଧାର୍ମିକ ଘୃଣ୍ୟର ପ୍ରସାରକୁ ସମର୍ଥନ କରି ପାରିବୁ ନାହିଁ । ’
ରାଜନୈତିକ ମାମଲାରେ ବିଶେଷ ସହାୟକ ମନ୍ତ୍ରୀ ନାଇମୁଲ ହକଙ୍କ କହିବାନୁଯାୟୀ, ଚୌହାନଙ୍କ ବୟାନକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଏହି ବୟାନ ହିନ୍ଦୁ ସମାଜକୁ ଅପମାନ କରୁଛି । ସରକାରଙ୍କ ମନ୍ତ୍ରୀ କିମ୍ବା କୌଣସି ବ୍ୟକ୍ତିଙ୍କ ଭାଣ୍ଡାମିକୁ ସହ୍ୟ କରାଯିବ ନାହିଁ ।
ଅନ୍ୟ ଜଣେ ମନ୍ତ୍ରୀ କହିଛନ୍ତି କି, ପାକିସ୍ତାନର ପତାକା କେବଳ ସବୁଜ ନୁହେଁ ବରଂ ପତାକାଟି ଧଳା ବିନା ଅଧୁରା । ଧଳା ରଙ୍ଗ ସଂଖ୍ୟାଲଘୁ ସଂପ୍ରଦାୟକୁ ସୂଚାଇଥାଏ ।