ଜାମ୍ମୁ(ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରେ ଧାରା ୩୭୦କୁ ଗତ ଅଗଷ୍ଟ ମାସରେ ଉଚ୍ଛେଦ କରାଯାଇଥିଲା । ଏହା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ-କାଶ୍ମୀରେ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି । ତେବେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ ନିର୍ବାଚନ ହେବାକୁ ଯାଉଛି । ମାର୍ଚ୍ଚ ୫ରୁ ୨୦ ତାରିଖ ମଧ୍ୟରେ ଏହି ନିର୍ବାଚନ କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ପ୍ରଥମେ ଏଠାରେ ପଞ୍ଚାୟତ ନିର୍ବାଚନ କରାଯିବ ।
ଏହି ନିର୍ବାଚନ ୮ଟି ପର୍ଯ୍ୟାୟରେ କରାଯିବ । ସମସ୍ତ ପର୍ଯ୍ୟାୟରେ ବାଲଟ ପେପରରେ ମାଧ୍ୟମରେ ନିର୍ବାଚନ କରାଯିବ । ଏହା ସହ ଆଜି ଠାରୁ ଜମ୍ମୁ-କାଶ୍ମୀରରେ ନିର୍ବାଚନ ଆଚାର ସଂହିତା ଲାଗୁ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।