ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍ମର୍ମ ମାମଲାର ୪ଦୋଷୀଙ୍କୁ ଆସନ୍ତା ଫେବୃଆରୀ ୧ ରେ ଫାଶୀ ହେବାକୁ ଯାଉଛି । ହେଲେ ଦୋଷୀ ମାନେ ବିଭିନ୍ନ ବାହାନାରେ ଫାଶୀ କୁ ଘୁଞ୍ଚାଇବାକୁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।
ପୁର୍ବରୁ ୪ଦୋଷୀ ଅକ୍ଷୟ, ପୱନ, ମୁକେଶ ଓ ବିନୟ ମଧ୍ୟରୁ ମୁକେଶ ରାଜକ୍ଷମା ଆବେଦନ କରିବାରୁ ଫାଶୀ ୨୨ତାରିଖରୁ ଘୁଞ୍ଚାଇ ଫେବୃଆରୀ ବରେ ସ୍ଥିର କରାଯାଇଛି ।
ହେଲେ ଏହାପରେ ଦୋଷୀ ପୱନ ଗୁପ୍ତା ନିଜକୁ ଅପରାଧ ସମୟରେ ନାବାଳକ ଥିବା ଦର୍ଶାଇ ସ୍ପେଶିଆଲ ଲିବ ପିଟିସନ ଆବେଦନ କରିଥିଲା । ଏହି ବାବଦରେ ଆସନ୍ତା ଜାନୁଆରୀ ୨୦ରେ ସୁପ୍ରିମକୋର୍ଟ ଶୁଣାଣୀ କରିବେ ।
ଦୁଇଦିନ ତଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି । ଏବଂ ୪ଦୋଷୀଙ୍କ ଡେଥ ୱାରେଣ୍ଟ କାୟମ ରଖାଯାଇଛି ।