ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନା । ଆଜି ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଔପଚାରିକ ଭାବେ ସ୍ୱାଗତ କରାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି ।
ଭାରତ ଏବଂ ବ୍ରାଜିଲ ମଧ୍ୟରେ ସମ୍ବନ୍ଧକୁ ମଜବୁତ କରିବା ଉଦ୍ଦ୍ୟେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରେ ଶନିବାର ଦିନ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଜେୟର ବୋଲସୋନାରେଙ୍କ ସହ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଏବଂ ବ୍ରାଜିଲ ମଧ୍ୟରେ ସମ୍ବନ୍ଧକୁ ଆହୁରି ମଜବୁତ କରିବା ଲାଗି ଆମେ ସହମତ ଅଛୁ । ଆମର ସାମରିକ ସ୍ଥିତି ମଜବୁତ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି ।
୨୦୨୩ ରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ବନ୍ଧର ପ୍ଲାଟିନମ୍ ଜୁବଲି ବର୍ଷ ହେବ । ଭାରତ ଏବଂ ବ୍ରାଜିଲ ମଧ୍ୟରେ ଜୈବ ଶକ୍ତି, ସ୍ୱାସ୍ଥ୍ୟ, ପାରମ୍ପରିକ ଔଷଧ, ସାଇବର ସୁରକ୍ଷା, ବିଜ୍ଞାନ, ତେଲ ,ଗ୍ୟାସ ତଥା ସଂସ୍କୃତି ଭଳି ବିବିଧ କ୍ଷେତ୍ରରେ ଆମର ସହଯୋଗ ଆହୁରି ଦୃତ ଗତିରେ ଆଗକୁ ବଢିବ ।