ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖାଉଟିଙ୍କ ପାଇଁ ଖୁସି ଖବର । ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ହ୍ରାସ ଯୋଗୁ ଏହି ଦର ହ୍ରାସ ପାଇଛି । ଆଜିଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ତେବେ ଆଜି ସକାଳ ୬ଟାରୁ ଏହି କମ ଦର ଲାଗୁ ହୋଇଛି । ପେଟ୍ରୋଲ ୨ଟଙ୍କା ୬୯ପଇସା କମି ପ୍ରତି ଲିଟର ୭୦.୨୦ ରହିଛି । ସେହିପରି ଡିଜେଲ ଦାମ ୨ଟଙ୍କା ୩୩ ପଇସା କମି ୬୩.୦୧ରେ ରହିଛି । ସୋମବାର ଦିନ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ୩୧ ପ୍ରତିଶତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇବା ପରେ ଭାରତରେ ହ୍ରାସ ପାଇଛି ତୈଳ ଦର ।
ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରେ
ଦିଲ୍ଲୀରେ ପେଟ୍ରୋଲ ଦର ୭୦.୨୦ ପ୍ରତି ଲିଟର ଓ ଡିଜେଲ ଦର ୬୩.୦୧ ପ୍ରତି ଲିଟର
ମୁମ୍ବାଇରେ ପେଟ୍ରୋଲ ଦର ୭୫.୯୯ ପ୍ରତି ଲିଟର ଓ ଡିଜେଲ ଦର ୬୫.୯୭ ପ୍ରତି ଲିଟର
କୋଲକାତାରେ ପେଟ୍ରୋଲ ଦର ୭୨.୯୮ ପ୍ରତି ଲିଟର ଓ ଡିଜେଲ ଦର ୬୫.୩୪ ପ୍ରତି ଲିଟର
ଚେନ୍ନାଇରେ ପେଟ୍ରୋଲ ଦର ୭୩.୦୨ ପ୍ରତି ଲିଟର ଓ ଡିଜେଲ ଦର ୬୬.୪୮ ପ୍ରତି ଲିଟର