ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ପେଟ୍ରୋଲ, ଡିଜେଲ ଏବଂ ସିଏନଜି ର ଦାମ ଲଗାତାର ଭାବେ ବଢି ଚାଲିଛି । ମହଙ୍ଗରମାଡର ସମସ୍ୟା ନେଇ ଦିଲ୍ଲୀ ଏବଂ ଏନସିଆରର ଡ୍ରାଇଭର ସଂଘ ସରକାରଙ୍କ ବିରୋଧରେ ୧୮ ଏପ୍ରିଲକୁ ୨ ଦିନିଆ ଚକା ଜାମ କରିବାର ଘୋଷଣା କରିଛନ୍ତି ।
ଟ୍ୟାକ୍ସି ଏବଂ ଅଟୋ ଡ୍ରାଇଭର ୟୁନିୟନ ଏପ୍ରିଲ ୮ ରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ୩୫ ଟଙ୍କା ସବସିଡି ଦାବି କରିଥିଲେ । ୟୁନିୟନ ସଂଘ ସରକାରଙ୍କୁ ଚେତାବନୀ ଦେଇଥିଲେ କି ୬ଦିନ ମଧ୍ୟରେ ଯଦି ପେଟ୍ରୋଲ ଏବଂ ସିଏନଜି ଉପରେ ଆମ ଦାବିକୁ ପୁରଣ ନକରାଯାଏ ତେବେ ଚକା ଜାମ କରାଯିବ ।