ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିନକୁ ଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିଚାଲିଛି । କମିବାର ନା ଧରୁନି । ଏନେଇ କିଛି ଦିନ ପୂର୍ବରୁ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା କରାଯାଇଥିଲା । କିନ୍ତୁ ଏହାର କୌଣସି ଫରକ ପଡିଲା ନାହିଁ । ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛି ୯୦ ଟଙ୍କା ଅତିକ୍ରମ କରିଛି । ଗତକାଲି ପେଟ୍ରୋଲ ଦର ୧୧ ପଇସା ବଢିଯାଇଛି । ସେହିପରି ରାଜଧାନୀ ଦିଲ୍ଲୀରେ ପ୍ରେଟ୍ରୋଲ ଦର ବୃଦ୍ଧି ହୋଇ ଲିଟର ପିଛି ୮୨.୭୨ରେ ପହଁଚିଛି ।
ଅନ୍ୟପଟରେ ଡିଜେଲ ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ପୁଣି ଡିଜେଲ ଦର ୫ ପଇସା ବଢିଯାଇଛି । ଏହାପରେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୭୪.୦୨ ଟଙ୍କାରେ ପହଁଚିଛି । ସେହିପରି ମୁମ୍ବାଇରେ ଡିଜେଲ ଦର ୬ ପଇସା ବଢି ଲିଟର ପିଛା ୭୮.୫୮ ଟଙ୍କାରେ ପହଁଚିଛି ।
କ୍ରମାଗତ ଭାବରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।