ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁପ୍ରିମ କୋର୍ଟରେ ଜନହିତ ପିଟିସନ୍ (ପିଆଇଏଲ) ଦାଖଲ କରାଯାଇଛି । ଯେଉଁଥିରେ କରୋନା ନେଗେଟିଭ୍ ଆସିଥିବା ପ୍ରବାସୀ ଶ୍ରମିକଙ୍କ
ଘରକୁ ଫେରିବା ପାଇଁ ଦାବି କରାଯାଇଛି । ପିଆଇଏଲ ଆହୁରି ମଧ୍ୟ କୁହାଯାଇଛି କି, ପ୍ରବାସୀ ଶ୍ରମିକ ମାନଙ୍କୁ ସେମାନଙ୍କ ହୋମଟାଉନ୍ ବା ଗାଁ ପର୍ଯ୍ୟନ୍ତ ସୁରକ୍ଷିତ ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଦେବା ଉଚିତ୍ ଏବଂ ଆବଶ୍ୟକୀୟ ପରିବହନ ଉପଲବ୍ଧ କରାଇବା ଉଚିତ୍ ।
ସୂଚନାଯୋଗ୍ୟ, କରୋନା ଲକ୍ ଡାଉନ୍ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ । ସେମାନେ ସେମାନଙ୍କ ଗାଁକୁ ଫେରିବା ନିମନ୍ତେ ବାରମ୍ବାର ସରକାରଙ୍କୁ ନିବେଦନ କରୁଛନ୍ତି । କିନ୍ତୁ ମହାମାରୀ କରୋନା ବ୍ୟାପୁଥିବାରୁ ସେମାନଙ୍କୁ ସେମାନଙ୍କ ଘରକୁ ଯିବା ପାଇଁ ଅନୁମତି ମିଳି ପାରୁନାହିଁ ।