ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନର ପରମ ସହଯୋଗୀ ରାଷ୍ଟ୍ର ଭାବେ ବେଶ ପରିଚିତ ଚୀନ କରିପାରେ ଭାରତ ଉପରେ ଆକ୍ରମଣ । ଚାଇନାର ନୌସେନା ବୋଟକୁ ଦେଖିବାକୁ ମିଳିଛି ଭାରତ ମହାସାଗରରେ । ଜଳସେନା ଦ୍ୱାରା ଭାରତ ଉପରେ କରିପାରେ ଚୀନ ଆକ୍ରମଣ । ଭାରତୀୟ ନୌସେନାର ଯୁଦ୍ଧ ବିମାନ ଠାବ କରିଛି ଭାରତ ମହାସାଗରରେ ବୁଲୁଥିବା ଚାଇନାର ମାଛ ଧରା ବୋଟ । ଏହି ବୋଟ ଗୁଡିକ ଚାଇନା ନୌସେନାର ଜାହାଜ ସହାୟତାରେ ଭାରତ ମହାସାଗରରେ ବୁଲୁଥିବାର ଠାବ କରାଯାଇଛି ।
ସୂଚନାନୁଯାୟୀ , ଚାଇନାର ଏହି ଜାହାଜଗୁଡିକ ମୋରୋକୋ ଯାଉଥିବା ବେଳେ ଭାରତ ମହାସାଗର ଅଞ୍ଚଳର ୱେଷ୍ଟର୍ଣ୍ଣ ଭାଗରେ ଏହାକୁ ଠାବ କରାଯାଇଥିଲା। ତେବେ ଏହି ୱେଷ୍ଟର୍ଣ୍ଣ ଭାଗ ନର୍ଥ ଆମେରିକା, ଇୟୁରୋପ ଓ ଏସିଆ ମହାଦେଶକୁ ସଂଯୋଗ କରିଛି । ଅନ୍ୟପଟେ ଚାଇନା ନିଜର ଯୁଦ୍ଧ ଜାହାଜ ଗୁଡିକୁ ମାଛ ଧରା ଜାହାଜ ଆଡୁଆଳରେ ଆଗକୁ ବଢାଉଥିବା ଜଣାପଡିଛି । ଚାଇନାର ଏହିଭଳି ହରକତ ଦେଖି ଭାରତୀୟ ନୌସେନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ଏହାସହ ଚାଇନାର ସମସ୍ତ ଜାହାଜ ଉପରେ ନିଜର ନଜର ରଖିବାକୁ କୁହାଯାଇଛି । ଆମେରିକାରୁ ଆସିଥିବା ପି-୮ ଆଇ ବୁଡାଜାହାଜ, ସର୍ଭଲାନ୍ସ ବିମାନ ଓ ସ୍ୟାଟେଲାଇଟ ସହଯୋଗରେ ଚାଇନାର ଯୁନ୍ଧ ଜାହାଜ ଉପରେ ନଜର ରଖାଯାଉଛି । ଭାରତୀୟ ସେନା ଆଲର୍ଟ ହେବା ସହ ଉଭୟ ଚାଇନା ଓ ପାକିସ୍ତାନ ଉପରେ ନିଜର ତୀକ୍ଷ୍ଣ ନଜର ରଖିଛନ୍ତି ।