ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ କରୋନା ମହାମାରୀ ସାରା ବିଶ୍ୱରେ ତାର କାୟା ବିସ୍ତାର କରି ସାରିଛି । ବିଶ୍ୱର ବହୁ ବଡବଡ ଦେଶ ଏବେ କରୋନା କବଳରେ ପଡି ବେକାବୁ ହୋଇ ସାରିଲେଣି । ତେବେ ଆସନ୍ତା ଡିସେମ୍ବର ମାସରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛିି ଏକ ଟେଷ୍ଟ ମ୍ୟାଚ । ଏଥିପାଇଁ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବେ ।
ତେବେ ଏହି ସମୟରେ ଖେଳାଳି ମାନେ କ୍ୱାରେଣ୍ଟିନରେ ରହି ମ୍ୟାଚ ଅଭ୍ୟାସ କରିବେ । ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଭାରତୀୟ ଦଳ ଡିସେମ୍ବରରେ ବିଦେଶ ଗସ୍ତ କରୁଛନ୍ତି ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ଦଳକୁ ସମସ୍ତ ପ୍ରକାର ସହଯୋଗ କରାଯିବ । ସୂଚନାଯୋଗ୍ୟ ଏବେ କୋଭିଡ ନିୟମ ଅନୁସାରେ କୌଣସି ଲୋକ ବିଦେଶ ଗସ୍ତ କଲେ ସେମାନେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ ।
ମ୍ୟାଚ ଅଭ୍ୟାସ ପାଇଁ ଭାରତୀୟ ଦଳକୁ ସେଭିଳି ପରିବେଶ ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ସାରା ଦେଶରେ ୧୧୫୫୧୯୧ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୨୪୫୭୭ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ୨୮୦୮୪ ଜଣଙ୍କର ମୃତ୍ୟୁ ଘଟିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୨୫୨୯ରେ ପହଞ୍ଚିଛି।