ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର ହୋଇ ସାରିଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଭାଇରସକୁ ରୋକିବା ପାଇଁ ମୁକାବିଲା କରୁଛନ୍ତି । ଏହାରି ମଧ୍ୟରେ ଏବେ ପିଏମ କେୟାର୍ସ ଫଣ୍ଡକୁ ନେଇ ବିବାଦ ବଢିବାରେ ଲାଗିଛି । ଯେଉଁଥି ପାଇଁ ଏବେ ଏହି ପିଏମ କେୟାର୍ସ ଫଣ୍ଡ ର ଅଡିଟ କରାଯିବ ।
ପିଏମ କେୟାର୍ସ ଫଣ୍ଡର ସୂଚନା ଅପଡେଟ ପାଇଁ ମୋଦି ସରକାର ଏକ ସ୍ୱତନ୍ତ୍ର ଅଡିଟର ନିଯୁକ୍ତି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ମାନଦ ଆଧାରରେ ଫଣ୍ଡର ସଂଚାଳନ କରିବେ ।
ସୂଚନାଯୋଗ୍ୟ, ନିକଟରେ ପିଏମ କେୟାର୍ସ ଫଣ୍ଡର ଅପଡେଟ ପାଇଁ କୋର୍ଟ ରେ ଆରଟିଆଇ ଦାଖଲ କରାଯାଇଥିଲା । ଆରଟିଆଇ କାର୍ଯ୍ୟକର୍ତ୍ତା ପାରଦର୍ଶିତାର କମ ସୂଚନା ଦେଇ ବମ୍ବେ ହାଇକୋର୍ଟ ସହିତ ଦିଲ୍ଲୀ ହାଇକୋର୍ଟରେ ବି ବି ଏହି ଫଣ୍ଡ୍ କୁ ଚ୍ୟାଲେଞ୍ଜ ଦେଇଥିଲେ । ହୁଏତ ଏହି ଆରଟିଆଇ ର ଜବାବ ଦିଆଯାଇ ନାହିଁ ।
ମାତ୍ର ଏବେ ଆରଟିଆଇ ଆବେଦନର କିଛି ପ୍ରଶ୍ନର ଉତ୍ତର ପିଏମ କେୟାର୍ସ ଫଣ୍ଡର ୱେବସାଇଟରେ ଦିଆଯାଇଛି । ସେହିଅନୁଯାୟୀ ଏହି ଫଣ୍ଡ ୨୭ ମାର୍ଚ୍ଚରେ ଏକ ଚାରିଟେବୁଲ ଟ୍ରଷ୍ଟ ରୂପେ ପଞ୍ଜିକୃତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ଦକ୍ଷୀଣ ବ୍ଲକରେ ପିଏମ କାର୍ଯ୍ୟାଳୟ ରୂପେ ରେଜିଷ୍ଟର ହୋଇଛି ।