ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଏହାରି ମଧ୍ୟରେ ସେକ୍ଟର୩୯ ସ୍ଥିତ ରାଷ୍ଟ୍ରୀୟ କ୍ୟାନ୍ସର ରୋକିବା ଏବଂ ଗବେଷଣ ସଂସ୍ଥାନ (ଏନଆଇସିପିଆର) ରେ ପ୍ରସ୍ତୁତ ହୋଇଥିବା କରୋନା ପରୀକ୍ଷାର ଲ୍ୟାବ ଅତି ଆଧୁନିକ ହେବ । ଏଠାରେ ୧୨ ଟି ଆରଟିପିସିଆର ମେସିନ୍ ଲଗାଯିବ । ସେହିପରି ୪ଟି ଆରଏନଏ ଏକ୍ସଟ୍ରାକ୍ସନ ମେସିନ ବି ଲଗାଯିବ । ଆଜି ଅପରାହ୍ନ ସାଢେ ଚାରିଟା ବେଳେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ନୋଏଡା, କୋଲକାତା ଏବଂ ମୁମ୍ବାଇ ସ୍ଥିତ ଲ୍ୟାବ ର ଉଦଘାଟନ କରିବେ । ଏଠାରେ ପ୍ରତିଦିନ ଟେଷ୍ଟର କ୍ଷମତା ୬ ହଜାର ପର୍ଯ୍ୟନ୍ତ କରିବାକୁ ଧାର୍ଯ୍ୟ କରାଯାଇଛି ।
ମାତ୍ରା କେଉଁ କେଉଁ ସ୍ଥାନରୁ ଏହି ଲ୍ୟାବକୁ ପରୀକ୍ଷା ପାଇଁ ନମୁନା ଆସିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ତିନୋଟି ଲ୍ୟାବ ପ୍ରସ୍ତୁତ କରାଯାଇଛି । କୋଲକାତାରେ ୩ ହଜାର ଏବଂ ମୁମ୍ବାଇରେ ୧୨୦୦ କରୋନା ସନ୍ଧଗ୍ଧ ରୋଗୀଙ୍କର ନମୁନା ପରୀକ୍ଷା ହେବ ।
ନୋଏଡାର ଲ୍ୟାବରେ ପଶ୍ଚିମ ଉତ୍ତରର ରୋଗୀଙ୍କ ନମୁନା ପରୀକ୍ଷା କରାଯିବାର ସମ୍ଭାବନା ରହିଛି । କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନିକ ପକ୍ଷରୁ କୌଣସି ସ୍ପଷ୍ଟି କରଣ ମିଳି ପାରି ନାହିଁ । ଲ୍ୟାବ ଶୁଭାରମ୍ଭ ହେବା ପରେ ରୋଗୀଙ୍କ ରିପୋର୍ଟ ୨ ରୁ ୩ ଦିନ ମଧ୍ୟରେ ଦେବା ଲାଗି ସମ୍ଭାବନା ରହିଛି । ବର୍ତ୍ତମାନ ଆରଟିପିସିଆର ରିପୋର୍ଟ ୫ ରୁ ୭ ଦିନ ମଧ୍ୟରେ ମିଳୁଛି ।