ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦେଶରେ ଲକ ଡାଉନକୁ ବୃଦ୍ଧି କରିଛନ୍ତି । ମାତ୍ର ଏଥର କୃଷିକୁ ଲକ ଡାଉନରୁ ବାଦ କରାଯାଇଛି । ଖରୀପ ଚାଷ କରାଯାଇ ପାରିବ । ସେହିଭଳି ଆଜିଠାରୁ ଆସନ୍ତା ଅପ୍ରେଲ ୨୦ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ଥାନା ପକ୍ଷରୁ କଟକଣା କଡାକଡି କରାଯିବ । ଆସନ୍ତା ଅପ୍ରେଲ ପରେ କିଛି ସ୍ଥାନରେ କୋହଳ କରାଯାଇପାରେ । ସେହିଭଳି ଏଥର ନିୟମ ଉଲ୍ଲଘଂନ କଲେ କଟକଣା କଡାକଡି କରାଯିବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ । ସେହିଭଳି ଲୋକମାନେ ସାମାଜିକ ଦୂରତ୍ୱ ରଖିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଆପଣାମନେ ଲକ ଡାଉନ ସମୟରେ ବହୁତ କଷ୍ଟ ସ୍ୱୀକାର କରିଛନ୍ତି ।
ଆଜି ଆଇନ ପ୍ରଣେତା ବାବା ସାହେବ ଆମ୍ବଦ କରଙ୍କ ଜନ୍ମ ଜୟନ୍ତୀରେ ଭାରତୀୟଙ୍କ ସଂକଳ୍ପ ସବୁଠୁ ଏକ ବଡ ଶ୍ରଦ୍ଧାଞ୍ଜଳୀ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି । ଦେଶବାସୀ ଯେଉଁଭଳି ଭାବେ ନିୟମକୁ ପାଳନ କରିଥିଲେ ତାହା କିଛି ମାତ୍ରାରେ ସଫଳ ହୋଇଛି । ଲୋକମାନେ ବହୁ କଷ୍ଟ କରି ଦେଶକୁ ବଞ୍ଚାଇଛନ୍ତି । ଏଥିପାଇଁ ଦେଶବାସୀଙ୍କ ପାଖରେ ମୁଁ କୃତଜ୍ଞ ବୋଲି କହିଛନ୍ତି । ଯେତେବେଳେ ଭାରତ ସହିତ ବରାବର ସ୍ଥିତିରେ ଅନ୍ୟ ବଡ ବଡ ରାଷ୍ଟ୍ର ରହିଥିଲେ ଆଜି ସେମାନଙ୍କ ତୁଳନାରେ ଭାରତର ସ୍ଥିତି ସାମାନ୍ୟ ରହିଛି । ଯଦି ଲକ ଡାଉନ କରା ଯାଇନଥାନ୍ତା ତେବେ ଆଜିର ଅବସ୍ଥା କଣ ହୋଇଥାନ୍ତା ତା ଅକଳ୍ପନୀୟ । ଦେଶରେ ଅର୍ଥନୀତି ଠାରୁ ଅଧିକ ମୂଲ୍ୟବାନ ପ୍ରତ୍ୟକ ଲୋକଙ୍କ ଜୀବନ ।