ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ବାତ୍ୟା ଅମ୍ଫାନ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳକୁ ଆଜି ଆକାଶମାର୍ଗରେ ବୁଲି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ରାଜ୍ୟପାଳ ଜଗଦୀପ ଧନଗଡ ଉପସ୍ଥିତ ଥିଲେ । ଏହାପରେ ବସୀରହାଟରେ ମମତା ବାନାର୍ଜିଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ମୋଦି ।
ସମୀକ୍ଷା ବୈଠକ ପରେ ପଶ୍ଚିମବଙ୍ଗ ପାଇଁ ମୋଦି ଏକ ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଏହାସହିତ ବାତ୍ୟା ଅମ୍ଫାନରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ ଦୁଃଖର ଏହି ଘଡିରେ ପଶ୍ଚିମବଙ୍ଗ ସହିତ କେନ୍ଦ୍ର ସରକାର ରହିଛି ବୋଲି ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି, ଗୋଟେ ବର୍ଷ ପୂର୍ବରୁ ବି ଏକ ବାତ୍ୟା ହୋଇଥିଲା । ସେହି ସମୟରେ ଓଡିଶାରେ ବଡ ଧରଣର କ୍ଷତି ହୋଇଥିଲା । ଏବେ ପୁଣି ଗୋଟେ ବର୍ଷ ପରେ ବାତ୍ୟା ପୁର୍ନବାର ଭାରତର ପୂର୍ବ ଅଞ୍ଚଳକୁ କ୍ଷତିଗ୍ରସ୍ତ କରିଛି । ସବୁଠାରୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡିଛି । ଯେଉଁମାନେ ଏହି ବାତ୍ୟାରେ ଜୀବନ ହରାଇଛନ୍ତି ସେମାନଙ୍କ ସହ ମୋର ସମବେଦନା ରହିଛି । ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବେ କାମ କରୁଛନ୍ତି ।
LIVE in West Bengal.
PMO India ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಶುಕ್ರವಾರ, ಮೇ 22, 2020