ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଭାବେ ଦେଶରେ ବଢି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର । ଯାହାଫଳରେ ଏବେ ପେଟ୍ରୋଲ ଦାମ୍ ଏକ ଶହ ଟଙ୍କା ପାର୍ ହୋଇଗଲାଣି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏକ ଲିଟର ପ୍ରତି ପେଟ୍ରୋଲ ପିଛା ୧୦୦.୦୭ ଟଙ୍କାରେ ପହଁଚିଛି । ସେହିପରି ଦେଶରେ ବଢୁଥିବା ପେଟ୍ରୋଲ ଦାମ୍ କୁ ନେଇ ପୂର୍ବ ସରକାରଙ୍କ ଆମଦାନୀ ନୀତିକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ମୋଦି କହିଛନ୍ତି କି, ଆମ ଦେଶ ପ୍ରଥମରୁ ହିଁ ଆମଦାନୀ ଉପରେ ନିର୍ଭରଶୀଳ ଥିଲା । ଯେଉଁଥିପାଇଁ ଆଜି ମଧ୍ୟବିତ ଶ୍ରେଣୀର ଲୋକଙ୍କ ଉପରେ ବୋଝ ବଢିଯାଇଛି । ଆମକୁ ଦେଶର ଆମଦାନୀ ଉପରେ ନିଭରତାକୁ ସମାପ୍ତ କରିବାକୁ ହେବ । ଦେଶକୁ ଆତ୍ମନିର୍ଭରଶୀଳତା କରିବା ଏବଂ ଏହାର ଶକ୍ତିର ପୂର୍ତ୍ତି ପାଇଁ ବିଦେଶ ଉପରେ ନିର୍ଭରତାକୁ କମ କରିବା ଆମର ସାମୂହିକ କର୍ତ୍ତବ୍ୟ ହେବା ଉଚିତ୍ ।