ଭୁବନେଶ୍ୱର(ଏଟିିଆର ବ୍ୟୁରୋ):ନୂଆରୂପ ନେବ କଳିଙ୍ଗ ଷ୍ଟୁଡିଓ । ଏହାକୁ ଏକ ଆଧୁନିକ ଷ୍ଟେଟ ଅଫ ଦି ଆର୍ଟ ସିନେମା ଷ୍ଟୁଡିଓ ଭାବେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ୨୦୦ କୋଟି ଟଙ୍କାର ପୁନର୍ବିନ୍ୟାସ ଯୋଜନା ପାଇଁ ଅନୁମୋଦନ ଦିଆଯାଇଛି । ଇଡକୋ ମାଧ୍ୟମରେ ଏହି ଯୋଜନାର କାର୍ଯ୍ୟକାରୀ କରାଯିବ । ଏପ୍ରିଲ ମାସରୁ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇ ୨୦୨୩ ସୁଦ୍ଧା ଏହାର କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଷ୍ଟୁଡିଓକୁ ମୁଖ୍ୟତଃ ୩ ଟି ଜୋନରେ ପ୍ରସ୍ତୁତି କରାଯିବ । ଜୋନ ୧ ରେ ଇନଡୋର ଶୁଟିଂ ଫ୍ଲୋର , ଶୁଟିଂ ମୁଖଶାଳା ,ଫିଲ୍ମ ଟେକ ଜୋନ , ବ୍ୟବସାୟ ସ୍ଥାନ ଆଦି ରହିବ । ଜୋନ ୨ ରେ ଆଉଟ ଡୋର ଶୁଟିଂ ସୁବିଧା , ବିଷୟଭିତ୍ତକ ଶୁଟିଂ ଉଦ୍ୟାନ , ପିଲାଙ୍କ ପାଇଁ ଜୋନ ଇତ୍ୟାଦି ରହିବ । ଏବଂ ଜୋନ ୩ ରେ ଫୁଡ ଷ୍ଟଲ , କଳାକାରଙ୍କ ରହିବା ଖାଇବା ସୁବିଧା , ସାମାଜିକ କାର୍ଯ୍ୟକ୍ରମ ଆଦି ରହିବ ବୋଲି ନିଷ୍ପତ୍ତ ନିଆଯାଇଛି ।