ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଭାରତରେ ଟୀକା ଉପଲବ୍ଧ ହେଲା ମାତ୍ରେ ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ । କୌଣସି ବି ଭାରତୀୟ ଟୀକାକରଣ ରୁ ବାଦ ପଡିବେ ନାହିଁ ।
ଦେଶରେ କରୋନା ମାମଲା ବଢି ଚାଲିଛି । ଦେଶରେ ଏବେ ୮୦ ଲକ୍ଷ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇସାରିଲେଣି । ସେଥିପାଇଁ ଏହି ଭାଇରସକୁ ମାତ୍ ଦେବା ପାଇଁ ଦେଶ ଓ ବିଦେଶର ଟୀକାର ପରୀକ୍ଷଣ ଚାଲିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଟୀକାକୁ ନେଇ ଏଭଳି ଏକ ବୟାନ ଦେଇଛନ୍ତି ।
ମୋଦି କହିଛନ୍ତି କି, ମୁଁ ଦେଶକୁ ଆଶ୍ୱସ୍ତ କରିବାକୁ ଚାହୁଁଛି କି ଦେଶରେ କରୋନା ଟୀକା ଉପଲବ୍ଧ ହେବା ମାତ୍ରେ ହିଁ , ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟୀକା ଦିଆଯିବ । ଏଥିରୁ କେହି ବି ବାଦ୍ ପଡିବେନି । କରୋନା ଟୀକାର ଷ୍ଟୋରେଜ ପାଇଁ କୋଲ୍ଡ ଚେନ୍ ଉପରେ କାମ ଚାଲିଛି ।