ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କିଛି ଦିନ ପୂର୍ବରୁ ଟେଲିଭିଜନ ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କ ସହିତ ହୋଇଥିବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡ ଡିଭା କଙ୍ଗନା ରଣାୱତ । ଟିଭି ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ଏହା ସହ କଙ୍ଗନା ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମାଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି। କଙ୍ଗନା କହିଛନ୍ତି ସେ ମାଲଭିଙ୍କୁ ସାହାର୍ଯୟ କରିବେ ଓ ତାଙେକ ସାଥ ଦେବେ । ନ୍ୟାୟ ମାଲଭିଙ୍କୁ ନିଶ୍ଚିତ ମିଳିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ମାଲଭି ଗଣମାଧ୍ୟମ ସହ ଆଲୋଚନା କରୁଥିବା ବେଳେ କଙ୍ଗନା ଓ ମହିଳା ଆୟୋଗ ସାହାଯ୍ୟ ଲୋଡୁଥିବା କହିଥିଲେ। ସେ କହିଥିଲେ ତାଙ୍କୁ ଏ ଦିଗରେ ସମର୍ଥନ କରିବା ସହ ନ୍ୟାୟ ମିଳିବା ଦିଗରେ ସାହାଯ୍ୟ କରନ୍ତୁ। କିଛିଦିନ ତଳେ ମାଲଭିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଯେଉଁଥିପାଇଁ ସେ ଏବେ ମୁମ୍ବାଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ସହ କଙ୍ଗନା ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମାଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି। କଙ୍ଗନା ଟ୍ୱିଟ୍ କରି ତାଙ୍କୁ ନ୍ୟାୟ ଦେବା ତଥା ତାଙ୍କୁ ସମର୍ଥନ କରୁଥିବା କହିଛନ୍ତି। ସେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଓ କଙ୍ଗନାଙ୍କୁ ନ୍ୟାୟ ତଥା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ ଅନୁରୋଧ କରିଥିଲେ।
ଛୋଟ ସହରରୁ ମୁମ୍ବାଇକୁ ଆସି ସଂଘର୍ଷ କରୁଥିବା କଳାକାରଙ୍କ ସମ୍ପର୍କରେ କଙ୍ଗନା କହିଛନ୍ତି । ଟ୍ୱିଟ୍ କରି କହିଛନ୍ତି ‘ଏହା ହେଉଛି ଫିଲ୍ମ ଜଗତର ସତ କଥା। ଛୋଟ ସହରର ସଂଘର୍ଷ କରୁଥିବା କଳାକାରଙ୍କ ସହ ଏହିପରି ହୋିଥାଏ । ଯେଉଁମାନେ ନେପାଟିଜମରେ ଅଛନ୍ତି ସେମାନେ ନିଜକୁ ରକ୍ଷା କରିପାରନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କୁ ଛୁରା ମାଡ, ବଳାତ୍କାର ନଚେତ ଜୀବନରୁ ମାରି ଦିଆଯିବା ଚେଷ୍ଟା କରାଯାଏ।’ ତେଣୁ ବର୍ତ୍ତମାନ ମାଲଭିଙ୍କୁ ନ୍ୟାୟ ଦେବେ ବୋଲି ସେ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024