ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। ବିଭିନ୍ନ ସଂଗଠନ ମଧ୍ୟ ସୁଶାନ୍ତଙ୍କ ମାମଲାରେ ତଦନ୍ତ ପାଇ ଦାବି କରିଥିଲେ। ଅନେକ ସଂଗଠନ ଦାବି ମଧ୍ୟ କରିଆସୁଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ମଧ୍ୟ କରୁଛି । ନିଜ ଭାଇକୁ ନ୍ୟାୟ ଦେବା ପାଇଁ ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରିଥିଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ। ହାସ୍ ଟ୍ୟାଗ ‘ଜଷ୍ଟିସ୍ ଫର ଏସଏସଆର’ ଲେଖି କ୍ୟାମ୍ପେନ୍ ଆରମ୍ଭ କରିଥିଲେ ଶ୍ୱେତା ସିଂ । କିନ୍ତୁ ଏବେ ଶ୍ୱେତାଙ୍କ ଟ୍ୱିଟର ଓ ଇଂଷ୍ଟାଗ୍ରାମଆକାଉଣ୍ଟ ବନ୍ଦ କରିଦିଆଯାଇଛି।
ହେଲେ ଏହାର କାରଣ ଜଣାପଡିନାହିଁ ଯେ ଶ୍ୱେତା ନିଜେ ତାଙ୍କ ଆକାଉଣ୍ଟ ବନ୍ଦ କରିଛନ୍ତି ନା ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । କାରଣ ଆକାଉଣ୍ଟ ବନ୍ଦ କରିବା ନେଇ ଶ୍ୱେତାଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ଏହାକୁ ନେଇ ରାଜପୁତଙ୍କ ଫ୍ୟାନ୍ସ ଏବେ ଚିନ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର ଅନେକ ରହସ୍ୟ ସାମ୍ନାକୁ ଆସିଥିଲା । ଡ୍ରଗ୍ସ କାରବାର ମଧ୍ୟ ସାମ୍ନାକୁ ଆସିଥିଲା । ପ୍ରଥମେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ୍ କରୁଥିଲା। ପରେ ମାମଲାର ତଦନ୍ତ ସିବିଆଇକୁ ଅର୍ପଣ କରାଯାଇଛି। ସିବିଆଇ ସମେତ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ(ଏନସିବି) ଓ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଧ୍ୟ ମାମଲାରେ ଯାଞ୍ଚ କରୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଥିବା ବେଳେ ଫ୍ୟାନ୍ସଙ୍କର ଏବେ ବି ଆଶା ଅଛି ତାଙ୍କୁ ନ୍ୟାୟ ମିଳିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024