ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଜାରରେ ଏକ ଇଲେକ୍ଟ୍ରିକ ସାଇକେଲ ଭଳି ବାଇକ ଲଞ୍ଚ କରିଛି ହାର୍ଲେ ଡେଭିଡସନ । ଏହାର ଡିଜାଇନ ବିଲକୁଲ ସାଇକେଲ ଭଳି । ହାର୍ଲେ ଡେଭିଡସନ୍ ଇ-ବାଇକ ଡିଭିଜନକୁ ସିରିଏଲ ୧ ସାଇକେଲ କମ୍ପାନୀ ନାମରେ ଆଣିପାରେ । ୧୯୦୩ ମସିହାରେ ହାର୍ଲେ ଡେଭିଡସନ୍ ର ସବୁଠାରୁ ପୁରୁନା ମୋଟରସାଇକଲ ନାମ ଥିଲା ସିରିଏଲ ନଂ୧ । ଏହି ସାଇକେଲ ତିଆରି ପାଇଁ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିଲା ।
କୁହାଯାଉଛି କି ଏହି ଇଲେକ୍ଟ୍ରିକ ବାଇକ ର ବିକ୍ରି ଆଗାମୀ ବର୍ଷ ମାସ ମାସରେ ଆରମ୍ଭ ହୋଇପାରେ । ମାତ୍ରା ଏହି ସାଇକେଲ ବିଷୟରେ କମ୍ପାନୀ ପକ୍ଷରୁ ଅଧିକ ସୂଚନା ମିଳିନାହିଁ । କିନ୍ତୁ ଯେଉଁଭଳି ଭାବେ ଫଟୋରେ ନଜର ଆସୁଛି ସିରିଏଲ ୧ ରେ ଧଳା ଟାୟର୍ସ ଦିଆଯାଇଛି । ଏଥିରେ ଟ୍ରେଡିସନାଲ ଚେନ ସହିତ ପେଡାଲ୍ସ ବି ଦିଆଯାଇଛି । ସିରିଏଲ ୧ ସାଇକେଲ ପାଇଁ କମ୍ପାନୀ ପକ୍ଷରୁ ଏକ ୱେବସାଇଟ ପ୍ରସ୍ତୁତ କରାଯାଇଛି ।
କମ୍ପାନୀର କହିବାନୁଯାୟୀ, ସିରିଏଲ ୧ ଇ-ସାଇକେଲର ରାଇଡ ଲମ୍ବା, ଫାଷ୍ଟ ଏବଂ ଇଫୋର୍ଟଲେସ ହେବ । ଆଗାମୀ ନଭେମ୍ବର ମାସରେ କୁହାଯିବ କି ଏହି ସାଇକେଲ କିଭଳି କାମ କରିବ ଏବଂ ମାର୍କେଟକୁ ଏହା କେବେ ଆସିବ ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଶୁଣିବାକୁ ମିଳୁଥିଲା କି ଭାରତରୁ ବିଦା ହେବ ହାର୍ଲେ ଡେଭିଡସନ୍, କିନ୍ତୁ ଏବେ ଏହି କମ୍ପାନୀ ଭାରତୀୟ ବାଇକ ମେକର ହିରୋ ମୋଟୋକର୍ପ ସହ ପାର୍ଟନରସିପ୍ କରିଛି । ଏବେ ହିରୋ ମୋଟୋକର୍ପ ସହ ମିଳିତ ଭାବେ ବ୍ୟବସାୟ କରିବେ ହାର୍ଲେ ଡେଭିଡସନ୍ ।