ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶ୍ୱର ଅନ୍ୟଦେଶ ଗଡିକ ତୁଳନାରେ ଆଦେଶରେ ସଂକ୍ରମଣ ହାର କମ ରହିଥିଲେ ମଧ୍ୟ ସଂକ୍ରମଣ ହାର ବଢିବା ଏବେ ବି ଦେଶ ପାଇଁ ଆଶଙ୍କା । ଅନ୍ୟପଟେ ଆଉ ମାତ୍ର ଦିନ କେଇଟା ଗଲେ ସରିବ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲକଡାଉନ କଟକଣା । ଏନେଇ ଆଜି ପୁଣି ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆଜିର ଆଲୋଚନାରେ ମୁଖ୍ୟତ ୩ ଟି ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି । ଦେଶରେ କରୋନା ସ୍ଥିତି , କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦେଶନାମ ଓ ନୂତନକଣ୍ଟେନମେଣ୍ଟ ଜୋନ ପାଇଁ ନିଆଯାଇଥିବା କଟକଣା ଉପରେ ଆଲୋଚନା ହୋଇପାରେ । ଆଜି ଦିନ ୧୦ ଟା ବେଳେ ଭିଡିଓ କନଫରେନ୍ସି ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ମେ ୩ ତାରିଖ ପରେ ମଧ୍ୟ କ’ଣ ରହିବ ଦେଶର ଆଭିମୁଖ୍ୟ ତାକୁ ନେଇ ମଧ୍ୟ ଆଲୋଚନା ହୋଇପାରେ ।
ସୂଚନାଯୋଗ୍ୟ ଦେଶର ଅନେକ ରାଜ୍ୟ ଏବେ ଲକ ଡାଉନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଉଛନ୍ତି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଆଜି ଓଡିଶା ସମେତ ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ଲକ ଡାଉନ ହେବା ଭିତରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ଏହା ୪ ର୍ଥ ଆଲୋଚନା ।