ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ସହିତ ଏବେ ସାରା ବିଶ୍ୱ ଳଢେଇ କରୁଛି । ଭାରତର ମଧ୍ୟ ସମାନ ଅବସ୍ଥା । ଭାରତ ମଧ୍ୟ ଏବେ ଏହି ଅଦୃଶ୍ୟ ମହାମାରି ସହିତ ଳଢେଇ କରୁଛି । ତେବେ ଏଇ ଭିତରେ ଦେଶର ସୁରକ୍ଷା ସହିତ କୋଭିଡ-୧୯ ପାଇଁ ମଧ୍ୟ ବିଭିନ୍ନ ଗଠନ ମୂଳକ କାର୍ଯ୍ୟ କରୁଛି ଭାରତୀୟ ସୁରକ୍ଷା ବାହିନୀ । ତେବେ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ଏବେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ।
କୋଭିଡ ଚିକିତ୍ସକ , କର୍ମଚାର ଓ ପୁଲିସକୁ ଭବ୍ୟ ସମ୍ବର୍ଦ୍ଧନା କରିବା ପାଇଁ ସେନା ଏବେ ପ୍ରସ୍ତୁତ ଚଳାଇଛି । ସେନାର ଏହି କାର୍ଯ୍ୟକୁ ଏବେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନରେନ୍ଦ୍ର ମୋଦି ଏକ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ସମ୍ପର୍ଦ୍ଧନା ନେଇ ସୂଚନା ଦେଇଥିବା ସିଡିଏସ ବିପିନ ରାୱତଙ୍କ ଘୋଷଣାକୁ ସେ ସ୍ୱାଗତ କରୁଛନ୍ତି । ଏନେଇ ସେନାକୁ ମୋଦି ଧନ୍ୟବାଦ ଜଣାଇବା ସହିତ କହିଛନ୍ତି ସମସ୍ତ ବିପତ୍ତକାଳୀନ ସମୟରେ ସୁରକ୍ଷା ।ବହିନୀ ଦେଶକୁ ସୁରକ୍ଷା ପ୍ରଦାନ କରି ଆସିଛନ୍ତି ।
I welcome the announcements by the Chief of Defence Staff today. India has waged a strong fight against COVID-19 due to courageous frontline warriors who have cared and cured many. They are spectacular. India applauds them and their families. https://t.co/IeKb7qZYwI
— Narendra Modi (@narendramodi) May 1, 2020
ସୂଚନାଯୋଗ୍ୟ ସିଡିଏସ ବିପିନ ରାୱତ ସୂଚନା ଦେଇ କହିଛନ୍ତି କରୋନା ସହିତ ଳଷଢଇ କରୁଥିବା ଲକ୍ଷଲକ୍ଷ କରୋନା ଯୋଦ୍ଧାଙ୍କୁ ଶସସ୍ତ୍ର ବଳ ସମ୍ବର୍ଦ୍ଧନା କରିବ । ସେନାର ଲଢୁଆ ମିମାନ ଫ୍ଲାଇଂ ଫାଷ୍ଟ କରିବେ, ସେନା ବ୍ୟାଣ୍ଡ ବାଜିବ ଓ ନୌନୋ ହେଲିକପ୍ଟର କୋଭିଡ ଚିକିତ୍ସା କେନ୍ଦ୍ର ଉପରେ ଆକାଶ ମାର୍ଗରୁ ଫୁଲ ବର୍ଷା କରିବ ।