କୋଲକାତା ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ବାଙ୍କୁରାରେ ଏକ ନର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଦିଦି ମୋତେ ପ୍ରଧାନମନ୍ତ୍ରୀ ବୋଲି ମାନିବାକୁ ନାରାଜ ବରଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମାନିବାକୁ ପ୍ରସ୍ତୁତ । ଏମିତି କହି ମୋଦି ପୁଣି ଦିଦିଙ୍କୁ ଟାର୍ଗେଟ କରିଛନ୍ତି । ପୂର୍ବରୁ ମୋଦି ଓ ଦିଦିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମିଠାଇ ଦବାନେବାକୁ ନେଇ କଥା କଟା କଟି ହୋଇଥିଲା । ଯାହା ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା ।
ଏବେ ମୋଦିଙ୍କ ଏହି ବୟାନ ଏବେ ରାଜନୀତିକୁ ଆହୁରି ସରଗରମ କରିଦେଇଛି । ମୋଦି ଆହୁରି ମଧ୍ୟ କହିଛନ୍ତି ଦିଦିଙ୍କର ଅହଙ୍କାର ବଢିଯାଇଛି । ବାତ୍ୟା ଫୋନି ବେଳେ ସେ ଫୋନରେ କଥା ହେବାକୁ ଦେଲେ ନାହିଁ । ସୂଚନାଯୋଗ୍ୟ ଆଗକୁ ଆହୁରି ୨ ଟି ପର୍ଯ୍ୟାୟ ନିର୍ବାଚନ ରହିଛି । ପଶ୍ଚିମବଙ୍ଗରେ ୧୭ ଟି ଆସନ ପାଇଁ ନିର୍ବାଚନ ବଚି ରହିଛି । ଗତଥର ପଶ୍ଚିମବଙ୍ଗରେ ବିଜେପି ୨ ଟି ଆସନ ବିଜେପି ଖାତାକୁ ଯାଇଥିଲା ।
ଓଡିଶାରୁ ଗୋଟିଏ ଆସନ ବିଜେପି ଦଖଲ କରିଥିଲା ତେବେ ଚଳିତ ନିର୍ବାଚନରେ ବିଜେପି ଉଭୟ ପଶ୍ଚିମବଙ୍ଗ ଓ ଓଡିଶା ଉପରେ ବେଶି ନଜର ରଖିଛି । ଓଡିଶାରେ କେନ୍ଦ୍ରୀୟ ବିଜେପି ନେତା ମାନେ ତୁହାକୁ ତୁହା ନିର୍ବାଚନ ପ୍ରଚାର କରିଥିବା ବେଳେ ଏବେ ପଶ୍ଚିମବଙ୍ଗମୁହାଁ । ପଶ୍ଚିମବଙ୍ଗରେ ଟିଏମସି ଶାସନରେ ରହିଥିବା ବେଳେ ଟିଏମସିକୁ ମାତ ଦେବା ପାଇଁ ବିଜେପି ସେଠାରେ ପ୍ରଚାର ଜୋରଦାର କରିଛି ।