ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାତଦିନ ପାଇଁ ଆମେରିିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିପାକ୍ଷିକ ଆଲୋଚନା ସହିତ ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିିଛି । ମୋଦି ସେଠାରେ ୨୭ ତାରିଖରେ ଜାତିସଂଘ ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେପ୍ଟେମ୍ବର ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ମୋଦି ସେଠାରେ ରହିବେ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଏକ ଟ୍ୱିଟ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି । ମୋଦିଙ୍କର ଏହି ଗସ୍ତ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଭଲ କରିବ ବୋଲି ମୋଦି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ହ୍ୟୁଷ୍ଟନରେ ‘ହାୱଡି ମୋଦି’ ସମେତ କେତେକ ସାକ୍ଷାତ ଆଲୋଚନାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ୟ୍ୟକ୍ରମରେ ଟ୍ରମ୍ପ ମଧ୍ୟ ସାମିଲ ହେବେ। ଟ୍ରମ୍ପ ଏଠାରେ ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେବେ। କାଶ୍ମୀର ପ୍ରସଙ୍ଗ ଏଠାରେ ଟ୍ରମ୍ପ ଉଠାଇ ପାରନ୍ତି ବୋଲି ଆଶା କରାଯାଉଛି । ସେହିଭଳ ି ମୋଦିଙ୍କର ଏହି ଗସ୍ତରେ ସେ ଶକ୍ତି ବିଭାଗରେ କାମ କରୁଥିବା ଶ୍ରେଷ୍ଠ ମୁଖ୍ୟ ନିର୍ବାହୀ ଅଧିକାରୀ, ଭାରତୀୟମାନଙ୍କ ବିଭିନ୍ନ ସଂପ୍ରଦାୟ ଓ ଶ୍ରେଷ୍ଠ ସ୍ତରର ଆମେରିକୀୟ ନେତାଙ୍କ ସହିତ ଆଲୋଚନା କରିବେ ବୋଲି ଜଣା ପଡିଛି ।
ଏହି ଗସ୍ତ ଅବସରରେ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ୍ ଫାଉଣ୍ଡେସନ୍ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ଲୋବାଲ୍ ଗୋଲ୍କିପରର୍ସ ଗୋଲ୍ସ୍ ଆଓ୍ଵାର୍ଡ ୨୦୧୯ ପ୍ରଦାନ କରାଯିବ। ଅନ୍ୟପଟେ ମୋଦିଙ୍କ ଏହି ଗସ୍ତ ନେଇ ପାକିସ୍ତାନ ବାୟୁସୀମା ଦେଇ ଉଡାଣ ଭରିବାକୁ ପାକିସ୍ତାନ ଅନୁମତି ଦେଇ ନାହିଁ ।