ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କର ଗୁଜରାଟ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ଷ୍ଟାଚ୍ୟୁ ଅଫ୍ ଇନ୍ୟୁଟ୍ ରେ ସର୍ଦ୍ଦାର ପଟେଲଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିବେ ମୋଦି । ଏହାପରେ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ସାମିଲ ହେବେ ।
ଗୁଜରାଟ ଗସ୍ତର ପ୍ରଥମ ଦିନରେ ଆରୋଗ୍ୟ ବନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ବନ ପାଖାପାଖି ୧୭ ଏକର ପର୍ଯ୍ୟନ୍ତ ବ୍ୟାପିଛି । ଏଠାରେ ଅଲଗା ଅଲଗା ଔଷଧୀୟ ବୃକ୍ଷ ଲଗାଯାଇଛି । ଏଠାରେ ହାରାହାରି ପାଞ୍ଚ ଲକ୍ଷରୁ ଅଧିକ ଔଷଧୀୟ ବୃକ୍ଷ ରହିଛି ।
ଆରୋଗ୍ୟ ବନ ପରେ ଏକତା ମଲ ଉଦଘାଟନ କରିଥିଲେ ମୋଦି ।ଏଠାରେ ଦେଶର ଅଲଗା ଅଲଗା ସ୍ଥାନ ଏବଂ ସଂସ୍କୃତି ସହ ଜଡିତ ହସ୍ତତନ୍ତ ଜିନିଷ ମିଳି ପାରିବ । ଦୁନିଆର କୋଣ ଅନୁକୋଣରୁ ଲୋକେ ଷ୍ଟାଚ୍ୟୁ ଅଫ୍ ଇନ୍ୟୁଟକୁ ଆସିଥାନ୍ତି । ଏହାସହିତ ଗୋଟେ ସ୍ଥାନରେ ଲୋକଙ୍କୁ ଦେଶର ଅଲଗା ଅଲଗା ହାଣ୍ଡଲୁମ ପ୍ରୋଜେକ୍ଟ ମିଳିପାରିବ ।