ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଅନେକ ବଡ ବଡ ନେତା ବାପୁଙ୍କୁ ମନେପକାଇବା ସହ ସାରା ଦେଶରେ ଅନେକ କାର୍ଯ୍ୟକ୍ରମର ଅୟୋଜନ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂତର୍ତ୍ତି ଉପରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ସମେତ ଅନେକ ବଡ ବଡ ନେତା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଅନ୍ୟପଟରେ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଗାନ୍ଧୀ ଜୟନ୍ତୀ ଅବସରରେ ଜାତୀୟ ପିତାଙ୍କୁ ସତ୍ ସତ୍ ପ୍ରଣାମ । ଆଜି ଆମେ ପୂଜ୍ୟ ବାପୁଙ୍କର ୧୫୦ତମ ଜୟନ୍ତୀରେ ପଦାର୍ପଣ କରିଛେ । ତାଙ୍କ ସ୍ୱପ୍ନକୁ ପୂରଣ କରିବାରେ ଏହା ଆମ ସମସ୍ତଙ୍କ ପାଇଁ ବଡ ପର୍ବ ’ ।
गांधी जयंती पर राष्ट्रपिता को शत्-शत् नमन।
आज से हम पूज्य बापू के 150वें जयंती वर्ष में प्रवेश कर रहे हैं। उनके सपनों को पूर्ण करने का हम सभी के पास यह एक बहुत बड़ा अवसर है। #Gandhi150 pic.twitter.com/czFVckwjTd
— Narendra Modi (@narendramodi) October 2, 2018