ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣମି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିରେ ଯୋଗ ଦେଇ ବୁଦ୍ଧ ଦେବଙ୍କ ଜୀବନୀକୁ ମନେ ପକାଇବା ସହିତ କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ସାରା ବିଶ୍ୱରେ କରୋନା ପାଇଁ ଅଗଧାଡିରେ ଥିବା କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରୁଛି । ସେମାନଙ୍କୁ ସାରା ବିଶ୍ୱ ପ୍ରଣାମ କରୁଛି । ଆଜିର ପରିସ୍ଥିତରେ ଆମକୁ ଏକ ଦୃଢ ସଂକଳ୍ପ ନେବାକୁ ପଡିବ । ଆମକୁ ଏହି ସମୟରେ ସମସ୍ତଙ୍କୁ ସେବା ମନୋଭାବ ପୋଷଣ କରିବାକୁ ପଡିବ । ସାରା ଦୁନିଆ ଏବେ ଗୋଟିଏ କଠିନ ସମୟ ଦେଇ ଗତି କରୁଛି ।
इस मुश्किल परिस्थिति में
आप अपना,अपने परिवार का,
जिस भी देश में आप हैं,
वहां का ध्यान रखें,
अपनी रक्षा करें और
यथा-संभव दूसरों की भी मदद करें: PM @narendramodi
— PMO India (@PMOIndia) May 7, 2020
ସେ ଆହୁରି ମଧ୍ୟ ବୁଦ୍ଧଙ୍କ ନୀତିଆଦର୍ଶକୁ ଉଦାହରଣ ଦେଇ କହିଛନ୍ତି ବୁଦ୍ଧ ସବୁବେଳେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ପାଇଁ ବାର୍ତ୍ତା ଦିଅନ୍ତି । ଏହାକୁ ପାଥେୟ କରି ଭାରତ ଆଜି ସାରା ବିଶ୍ୱକୁ ସାହାର୍ଯ୍ୟ କରୁଛି । ଏବେ ଲାଭ କ୍ଷତିର ସମୟ ନୁହେଁ । ସମସ୍ତଙ୍କୁ ସୁରକ୍ଷା ଦେବା ଆମ ଧର୍ମ । ଆଜିର ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ବଡବଡ ନେତା ସାମିଲ ଥିଲେ ।