ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ କ୍ୟାବିନେଟ୍ ବୈଠକ ବସିବ । ଏହି ବୈଠକରେ ନୂତନ ଶିକ୍ଷା ନୀତିକୁ ମଞ୍ଜୁରୀ ଦିଆଯିବ ବୋଲି କୁହାଯାଉଛି । ଚଳିତ ବର୍ଷ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂତନ ଶିକ୍ଷା ନୀତି ଘୋଷଣା କରିଥିଲେ । ନୂତନ ଶିକ୍ଷା ନୀତି ଅନୁଯାୟୀ ଦେଶରେ ଶିକ୍ଷାର ଧାରା କୁ ପରିବର୍ତ୍ତନ କରାଯିବ ।
ନୂତନ ଶିକ୍ଷା ନୀତି ଘୋଷଣା କରିବା ସମୟରେ ଅର୍ଥମନ୍ତ୍ରୀ କହିଥିଲେ କି, ଶିକ୍ଷା କ୍ଷେତ୍ରରେ ଏକ୍ସର୍ଟନାଲ କର୍ମଶିଆଲ ବରୋୱିଂ ଏବଂ ବିଦେଶୀ ନିବେଶ କୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ । ଯୁବ ଇଂଜିନିୟଙ୍କୁ ଇଂଟର୍ଣ୍ଣଶିପର ଅବସର ଦେବା ହିସାବରେ ସହରାଞ୍ଚଳରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ସେହିପରି ରାଷ୍ଟ୍ରୀୟ ପୋଲିସ ୟୁନିଭରସିଟି ଏବଂ ରାଷ୍ଟ୍ରୀୟ ଫରେନସିକ୍ ୟୁନିଭରସିଟି ର ପ୍ରସ୍ତାବ ବି ଅଣାଯିବ । ଏହାବ୍ୟତିତ ଟପ୍ ୧୦୦ ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମକୁ ଆରମ୍ଭ କରିବାର ଯୋଜନା ଚାଲିଛି ।
କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି କି, ନୂତନ ଶିକ୍ଷା ନୀତି ଉଚ୍ଚ ଶିକ୍ଷା ସମ୍ବନ୍ଧିତ ଅନେକ ପ୍ରସଙ୍ଗକୁ ସମାଧାନ କରିବ । ଏହି ଶିକ୍ଷା ନୀତିରେ ସରକାର ଉଚ୍ଚ ଶିକ୍ଷା କୁ ବୃଦ୍ଧି କରିବାର କଥା କହିଛନ୍ତି । ଏହାସହିତ ଯୁବପୀଢିଙ୍କ ପାଇଁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପୂର୍ବ ତୁଳନାରେ ସହଜ ହୋଇଯିବ ।