ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏୟାର ଇଣ୍ଡ୍ରିଆ ପକ୍ଷରୁ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଯାତ୍ରୀଙ୍କ ପାଇଁ ହେଉଥିବା ଖାଦ୍ୟରୁ ବଳକା ଖାଦ୍ୟ ଏବଂ ରାଶନ ସମଗ୍ରୀ ଚୋରୀ ଅଭିଯୋଗରେ କର୍ମୀଙ୍କ ବିରୋଧରେ ଏୟାର ଇଣ୍ଡିଆ ପକ୍ଷରୁ ଅନୁଶାସନାତ୍ମକ କାର୍ଯ୍ୟକାରୀ କରାଯାଇଛି । ଏନେଇ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏୟାର ଇଣ୍ଡିଆର ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ ୨୦୧୭ ଅଗଷ୍ଟ ମାସରେ ଏକ ଆନ୍ତରିକ ସର୍କୁଲର ଜାରି କରି କହିଥିଲେ କି, ବିମାନ ପହଁଚିବା ପରେ ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ଅଧିକାରୀ ସର୍ବଦା ବଳକା ଖାଦ୍ୟ ଏବଂ ରାଶନ ସାମଗ୍ରୀ ନିଜସ୍ୱ ବ୍ୟବହାର ପାଇଁ ନେଇ ଯାଉଛନ୍ତି । ସେଥିପାଇଁ ଚୋରୀରେ ଲିପ୍ତ ଥିବା ଅଧିକାରୀଙ୍କୁ ନିଲମ୍ବିତ କରାଯାଉ ବୋଲି ସର୍କୁଲରରେ କୁହାଯାଇଥିଲା ।
ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ବର୍ଷ ୨୦୧୭ ରେ ଜାରି ହୋଇଥିବା ସର୍କୁଲର ପରେ ଏୟାର ଇଣ୍ଡିଆ ପକ୍ଷରୁ ଖାଦ୍ୟ ସାମଗ୍ରୀ ବିଭାଗର ଦୁଇ କର୍ମଚରୀ ଏବଂ କ୍ୟାବିନ୍ କ୍ରୁର ଦୁଇ ସଦସ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାତ୍ର ସେମାନଙ୍କର ନାଁକୁ ଗୁପ୍ତ ରଖାଯାଇଛି । ଅନ୍ୟପଟେ କ୍ୟାଟ୍ରିନ୍ ଡିପାଟମେଣ୍ଟର ସହାୟକ ପ୍ରବନ୍ଧକ ଏକ ବରିଷ୍ଠ ସହାୟକ ଚୋରୀ କରୁଥିବାର ଧରାପଡିବାରୁ ତାଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।