ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ବିଶ୍ୱରରେ ଭାରତର ପରିଚୟ ଯୁବ ଦେଶ ରୂପରେ ଗଢିଉଠିଥିବା ବେଳେ ଏଥିପାଇଁ ଆମେ ନିଜକୁ ଗର୍ବତ ଅନୁଭବ କରୁଛୁ । ତେବେ ଦେଶ ଯୁବଅବସ୍ଥାରେ ରହିବା ସହ ନିଜ ଚିନ୍ତାଧାରକୁ ମଧ୍ୟ ଯୁବ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ହେଉଥିବା ଏନସିସିର ରାଲିକୁ ସମ୍ବୋଧିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ପ୍ରଧାମନ୍ତ୍ରୀ କହିଛନ୍ତି, ଆଜି ବିଶ୍ୱରେ ଆମ ଦେଶର ପରିଚୟ , ଯୁବ ଦେଶ ରୂପେ ହୋଇଛି । ତେବେ ଦେଶରେ ୬୫ ପ୍ରତିଶତରୁ ଅଧିକ ଲୋକ ୩୫ବର୍ଷରୁ କମ ବୟସ ଅଛନ୍ତି ।
PM Modi, at NCC rally in Delhi: We know that our neighbouring country has lost 3 wars against us, our armed forces don't need more than 10-12 days to defeat them. They've been fighting proxy wars against India since decades. It claimed the lives of thousands of civilians, jawans. pic.twitter.com/5x2utdGUmL
— ANI (@ANI) January 28, 2020
ଅନ୍ୟପଟେ ଦେଶ ଯୁବାବସ୍ଥାରେ ରହିଥିବାରୁ ଆମେ ଗର୍ବତ ହେଲେ ଏହା ସହ ଆମେ ଆମର ଚିନ୍ତାଧାରାକୁ ମଧ୍ୟ ଯୁବ କରିବା ଦରକାର । ଯୁବକ ଦେଶ ବଦଳାଇବାକୁ ଚାହୁଁଛି, ପରିସ୍ଥିତି ବଦଳାଇବାକୁ ଚାହୁଁଛି ଏବଂ ଏଥିପାଇଁ ସେମାନେ ଏବେ ସଂକଳ୍ପ ନେଇଛନ୍ତି ଯେ ଏହାକୁ ନ ଡ଼ରି ଏହାର ମୁକାବିଲା କରିବେ । ସେ ଆହୁରୀ ମଧ୍ୟ କହିଛନ୍ତି, ଏହି ସ୍ଥିତିକୁ ଆଜି ମୋର ଯୁବ ଭାରତ, ମୋ ଭାରତର ଯୁବକ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ । ଏଥିସହ ପ୍ରଧାନମନ୍ତ୍ରୀ ପରୋକ୍ଷରେ ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି ତିନି ତିନିଥର ଆମଠାରୁ ହାରିବା ସତ୍ୱେ ଆମ ସହ ଯୁଦ୍ଧ କରିବାକୁ ଚେଷ୍ଟା କରୁଛି । ତେବେ ଯଦି ପଡୋଶୀ ଦେଶ ସହ ଯୁଦ୍ଧ ହୁଏ ତାଙ୍କୁ ହରାଇବାକୁ ଆମକୁ ୧୦ଦିନ ମଧ୍ୟ ଲାଗିବନି ।