ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ ଆରୋରା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଗତ ସପ୍ତାହରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ ଅବସର ନେବା ପରେ ସୁନୀଲଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି ।
ଆଗକୁ ସାଧାରଣ ନିର୍ବାଚନ ବାକି ଥିବା ବେଳେ ଏବେ ଦେଶରେ ୫ଟି ରାଜ୍ୟରେ ନିର୍ବାଚନ ଚାଲୁ ରହିଛି । ତେଣୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ସୁନୀଲଙ୍କ ମୁଖ୍ୟ କାମ ହେବ । ସୂଚନାଯୋଗ୍ୟ, ସୁନୀଲ ହେଉଛନ୍ତି ୧୯୮୦ ମସିହା ରାଜସ୍ଥାନ କ୍ୟାଡରର ଆଇଏଏସ । ସେ ୨୦୧୭ ଅଗଷ୍ଟ ୩୧ରେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥିଲେ ।