ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ମହାସଚିବ ଏବଂ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ରୋଡ ସୋ’ ଜରିଆରେ ନିର୍ବାଚନ ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରିୟଙ୍କାଙ୍କ ପ୍ରଥମ ରୋଡ ସୋ’ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପ୍ରବଳ ଭିଡକୁ ନଜରରେ ରଖି ଲୁଟେରା ମାନେ ଏହାର ପୂରା ଫାଇଦା ଉଠାଇଛନ୍ତି । ଏଥିରେ ପ୍ରଚୁର ମାତ୍ରାରେ ପକେଟ୍ ମାର କରାଯାଇଛି । କାହାର ମୋବାଇଲ ଚୋରି ହୋଇଛି ତ ଆଉ କାହାର ପର୍ସ । ଏହାସହିତ ଏହି ଭିଡ ମଧ୍ୟରେ କଂଗ୍ରେସ କର୍ମୀ ଜଣେ ମୋବାଇଲ ଚୋରକୁ ଧରି ନିଧୁମ୍ ଛେଚିବା ସହିତ ପୋଲିସ ଜିମା ଦେଇଥିଲେ ।
ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ପୋଲିସ ସୂଚନା ଦେଇଛନ୍ତି କି, ର୍ୟାଲି ଏହି ଭିଡ ମଧ୍ୟରେ ହାରାହାରି ୫୦ ଲୋକଙ୍କ ମୋବାଇଲ ଏବଂ ପର୍ସ ଚୋରୀ ହୋଇଛି ।
ଖବରମୁତାବକ, ଦଳୀୟ ନେତାମାନଙ୍କ ସମେତ ଶହରର ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟ୍ ଏବଂ କଂଗ୍ରେସର ପ୍ରବକ୍ତାଙ୍କ ଫୋନ୍ ମଧ୍ୟ ଏହି ଭିଡରେ ଚୋରୀ ହୋଇଯାଇଛି । ମାମଲରେ ଆଧିକାରିକ ଅଭିଯୋଗ ଦାଖଲ କାରାଯାଇଛି । ୟୁପି ପୋଲି ସାଇବର ସେଲର ତଦନ୍ତ ଚଳାଇଛି ।
କଂଗ୍ରେସର ମହାସଚିବ ଭାବେ ପ୍ରିୟଙ୍କା ତାଙ୍କ ପ୍ରଥମ ରୋଡ ସୋ’ କରିବା ପରେ ସେ କୌଣସି ଭାଷଣ କିମ୍ବା ସାର୍ବଜନୀକ ହିସାବରେ କୌଣସି ଟିପ୍ପଣୀ ଦେଇନଥିଲେ ।