ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡର ବେଶ୍ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନୁରାଗ କଶ୍ୟପ ଅନ୍ୟତମ । ଅନୁରାଗ କଶ୍ୟପ ସେହି ୪୯ ଜଣଙ୍କ ମଧ୍ୟରେ ସାମିଲ ଥିଲେ, ଯେଉଁମାନେ ମବ ଲିଚିଙ୍ଗ ବିପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଥିଲେ । ବଜେଟ ସର୍ତ ଅନୁଯାୟୀ ଗୁରୁବାର ପାସ୍ ହୋଇଥିବା ବିଲ୍ ଉପରେ ପ୍ରଶ୍ନ ଉଠାଇ ଅନୁରାଗ କଶ୍ୟପ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି ଲୋକସଭାରେ ସେହି ସବୁ ବିଲ୍ ପାସ୍ ହେଉଛି, ଯେଉଁଥିରେ ସରାକରଙ୍କ ଲାଭ ହେବ । ଲୋକଙ୍କ ଭଲ ପାଇଁ କିଛି ଆମେଣ୍ଡମେଣ୍ଟବି ହେବା ଉଚିତ୍ ।
लोकसभा में बिल वही पास हो रहे हैं जिसमें सरकार का भला है । और जो बिल नहीं बनाए जा रहे हैं , उसमें भी सरकार का भला है । लोगों के भले के लिए कोई अमेण्डमेंट भी होना चाहिए ।
— Anurag Kashyap (@anuragkashyap72) July 25, 2019
ମୋଦି ସରକାରଙ୍କ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପୂର୍ବରୁ ଲୋକସଭାରେ ଏନଆଇଏ ସଂଶୋଧନ ବିଲ ପାସ କରାଯାଇଛି । ଏହାବ୍ୟତିତ ଆରଟିଆଇ ସଂଶୋଧନ ବିଲ ବି ସରକାର ଲୋକସଭାରେ ପାସ୍ କରିଥିଲେ ।
ଅନୁରାଗ କଶ୍ୟପ ଜଣେ ପତ୍ରକାରଙ୍କ ଟ୍ୱିଟ୍ କୁ ରିଟ୍ୱିଟ୍ କରି ଲେଖିଛନ୍ତି କି, ଆରଟିଆଇ ଆମେଣ୍ଡମେଣ୍ଟ ବିଲ ପାସ୍ ହୋଇଯାଇଛି । ଆତଙ୍କବାଦୀ ନିପାତ କରି ୬ ମାସ କଷ୍ଟୋଡିରେ ରଖିବା ବିଲ୍ ପାସ୍ ହୋଇଗଲା । ମବ୍ ଲିଚିଙ୍ଗ ବିପକ୍ଷରେ ଏକ ବିଲ୍ ପାସ୍ ହୋଇଯାଏ ତେବେ ତୃଣମୂଳ ର ଗୁଣ୍ଡାମାନଙ୍କ ମିନେରେଟସ ଏଭଳି କରନ୍ତୁ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଅନୁରାଗ କଶ୍ୟପଙ୍କ ଦସ୍ତଖତ ରହିଥିଲା । ଏହି ଚିଠିରେ କୁହାଯାଇଥିଲା କି ‘ଜୟ ଶ୍ରୀ ରାମ’ ଆଜି ଏଭଳି ଏକ ଭଡକାଇବାର ଯୁଦ୍ଧ ହୋଇଯାଇଛି । ରାମ ବହୁସଂଖ୍ୟକ ସମାଜ ପାଇଁ ପବିତ୍ର । ରାମ ନାମ ଉଚାରଣ କରିବା ବନ୍ଦ କରିଦିଅନ୍ତୁ । ଦେଶରେ ଲିଚିଙ୍ଗ ମାମଲାରେ ମଶୁର କଳାକାର ମାନେ କହିଛନ୍ତି କି ମୁସଲମାନ, ଦଳିତ ଏବଂ ଅଳ୍ପସଂଖ୍ୟକ ଲିଚିଙ୍ଗକୁ ତୁରନ୍ତ ରୋକା ଯିବା ଉଚିତ୍ । ଜୁଲାଇ ୨୩ ରେ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଥିଲା କି ପ୍ରଧାନମନ୍ତ୍ରୀ ଜୀ ସଂସଦରେ ଏଭଳି ପ୍ରକାର ଲିଚିଙ୍ଗ ବିଷୟରେ ଆଲୋଚନା କରିଛନ୍ତି କିନ୍ତୁ ଏହା ପ୍ରର୍ଯ୍ୟାପ୍ତ ନୁହେଁ ।