ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଯାହାକୁ ସାଧାରଣ ଜନତା ସବୁବେଳେ ପାଇଁ ମନେ ରଖିବେ । ଆର୍ଥିକ ସମ୍ବନ୍ଧ ଅନୁସାରେ ଦେଶରେ କଳାଧନ, ଭ୍ରଷ୍ଟାଚାର ଉପରେ ରୋକ୍ ଲଗାଇବା ପାଇଁ ଜେଟଲୀଙ୍କ ସହମତି ଥିଲା । ଯାହାଫଳରେ ସରକାର ଏତେ ବଡ ପଦକ୍ଷେପ ନେଇ ପାରିଲେ । ବିମୁଦ୍ରିକରଣ, ଜିଏସଟି,ଡିଜିଟାଲ ଟ୍ରାଜାକ୍ସନ , ଏସବିଆଇ ଏବଂ ବ୍ୟାଙ୍କ ଅଫ୍ ବରୋଦାରେ ଅନେକ ବ୍ୟାଙ୍କକୁ ମର୍ଜ କରିବା ଭଳି ନିଷ୍ପତି ଥିଲା, ଯାହାକୁ ନେବା ପାଇଁ ଏକ ମଜବୁତ ଇଛାଶକ୍ତିର ଆବଶ୍ୟକତା ଥାଏ । କାରଣ ଏହାର ପ୍ରଭାର ସିଧା ସଳଖ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପଡିଥାଏ ।ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଯୋଗୁଁ ଜେଟଲୀ ରାଜନୀତି ଠାରୁ ଦୂରେଇ ରହିଥିଲେ । ମାତ୍ର କୌଣସି ପ୍ରମୁଖ ପ୍ରସଙ୍ଗ ଉପରେ ସେ ତାଙ୍କର ମତ ସୋସିଆଲ ମିଡିଆ ଜରିଆରେ ରଖୁଥିଲେ । ବର୍ତ୍ତମାନ ରାଜ୍ୟସଭାର ସାଂସଦ ଥିଲେ ।
୨୦୧୬ ନଭେମ୍ବର ୮ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ୍ ପ୍ରଚଳିତ ହେଉଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ସରକାରଙ୍କ ଏଭଳି ଅଭୂତପୂର୍ଣ୍ଣ ନିଷ୍ପତି ର ଖବର ମୋଦିଙ୍କ ବ୍ୟତିତ ଜେଟଲୀ ଏବଂ କିଛି ଜଣା ଶୁଣା ଲୋକ ଜାଣିଥିଲେ । ବିମୁଦ୍ରିକରଣ କରିବା ପଦକ୍ଷେପରେ ଜେଟଲୀଙ୍କ ପ୍ରମୁଖ ଭୂମିକା ରହିଥିଲା ।
ବିମୁଦ୍ରିକରଣ ପରେ ସାରା ଦେଶରେ ଡିଜିଟାଲ ବ୍ୟାଙ୍କିଂ କୁ ବଢାଇବାର ଶ୍ରେୟ ବି ଜେଟଲୀଙ୍କୁ ଯାଉଛି । ଡେବିଟ୍ କାର୍ଡ, କ୍ରେଡିଡ କାର୍ଡ, ମୋବାଇଲ ୱାଲେଟ୍ ,ପିଓଏସ ମେସିନ, ୟୁପିଆଇ ଭୀମ ଆପ୍ ଭଳି ସେବାକୁ ପୂରା ଦେଶରେ ଆରମ୍ଭ କରାଇଥିଲେ । ଏହାଦ୍ୱାରା ନଗଦ ରାଶି ଟ୍ରାଂଜାକ୍ସନ କମ ହୋଇଥିଲା । ୨୦୧୭ ଜୁଲାଇ ରେ ସାରା ଦେଶରେ ଜିଏସଟି ଲାଗୁ ହୋଇଥିଲା । ସେବେଠୁ ଦେଶରେ ଚାଲୁଥିବା ୧୭ ଟ୍ୟାକ୍ସ ଏବଂ ୨୬ ସେସ୍ ଶେଷ ହୋଇଥିଲା । ଜିଏସଟି କାଉଂସିଲ ପକ୍ଷରୁ ସାରା ଦେଶରେ ୫ ସ୍ଲାବ ଲଗାଯାଇଥିଲା । ସେହି ହିସାବରେ ଲୋକଙ୍କୁ କର ଦେବା ଆରମ୍ଭ ହୋଇଥିଲା ।