ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ ସମେତ ତାଙ୍କ ନୂଆ ଟିମ୍ ର ୨୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେବେ ଗତଥର ଦୁଇ ହେବିୱେଟ ନେତା ସୁଷମା ସ୍ୱରାଜ ଓ ଅରୁୂଣ ଜେଟଲୀ ଏଥର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇ ନାହାନ୍ତି । ଗତଥର ଅରୁଣ ଜେଟଲୀ ଅର୍ଥବିଭାଗ ପରି ଗୁରୁତ୍ୱ ପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ର ଦାୟିତ୍ୱ ତୁଲାଇ ଥିଲେ । ତାଙ୍କ ସମୟରେ ଭାରତରେ ବିମୁଦ୍ରି କରଣ , ଜିଏସଟି ପରି ବଡବଡ ନିଷ୍ପତି ହୋଇିଥିଲା ।
ସେହିଭଳି ସୁଷମା ସ୍ୱରାଜ ମଧ୍ୟ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ବୈଦେଶିକ ମନ୍ତ୍ରୀ ଭାବେ ସଫଳତାର ସହିତ କାମ କରିଛନ୍ତି । ସୁଷମା ତାଙ୍କ ସମୟରେ ସେ ୯୦ରୁ ଅଧିକ ଦେଶ ପରିଦର୍ଶନ କରିଥିବା ବେଳେ ଦେଶ ଦେଶ ମଧ୍ୟରେ ବହୂ ଗୁରୁତ୍ୱ ପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ସଫଳ ହୋଇଛି । ସେହିଭଳି ତାଙ୍କ କାର୍ଯ୍ୟକାଳ ସମୟରେ ପୁଲୱାମା ଘଟଣା ଭଳି ପରିସ୍ଥିତିର ସେ କାମ ସେ ଦାୟିତ୍ୱରେ ରହିଥିଲେ ।
ତେବେ ଏଥର ଏ ଦୁଇ ହେବିୱେଟ ନେତା ମନ୍ତ୍ରୀ ମଣ୍ଡଳରେ ରହି ନାହାନ୍ତି । ସୁଷମା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚଳିତ ଥର ନିର୍ବାଚନ ଲଢିନଥିବା ବେଳେ ଅରୁଣ ଜେଟଲି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନଦେବା ପାଇଁ ଜେଟଲି ମୋଦିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ । ମୋଦି ଏନେଇ ପୁନଃବିଚାର କରିବା ପାଇଁ ଜେଟଲିଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ଜେଟଲି ଆଗ୍ରହ ପ୍ରକାଶ କରି ନାହାନ୍ତି ।